୨ ମାସ ପରେ ଆଇଆଇଟି-ବିଏଚ୍ୟୁ ଛାତ୍ରୀଙ୍କ ଦୁଷ୍କର୍ମକାରୀଙ୍କୁ ବାନ୍ଧିଲା ପୋଲିସ । ବିଜେପି ଆଇଟି ସେଲର ସକ୍ରିୟ ଅଭିଯୁକ୍ତ

454

କନକ ବ୍ୟୁରୋ : ଧରାପଡିଛନ୍ତି ଆଇଆଇଟି –ବିଏଚ୍ୟୁ ଛାତ୍ରୀଙ୍କ ତିନି ଦୁଷ୍କର୍ମକାରୀ । ୨ ମାସ ତଳେ ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାରାଣାସୀ ପୋଲିସ । ଗିରଫ ଯୁବକମାନେ ହେଲେ କୁନାଲ ପାଣ୍ଡେ, ଅଭିଷେକ ଚୌହ୍ୱାନ ଏବଂ ସମକ୍ଷ ପଟେଲ । ତିନି ଅଭିଯୁକ୍ତ ବିଜେପି ଯୁବ ମୋର୍ଚ୍ଚାର ସକ୍ରିୟ ସଦସ୍ୟ ରହିଥିବାବେଳେ ଆଇଟି ସେଲ୍ରେ କାମ କରନ୍ତି । ଫଳରେ ଏହି ଘଟଣାକୁ ନେଇ ଜୋରଦାର ବିରୋଧ କରାଯାଉଛି । ଘଟଣାର ୬୦ ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ନେଇ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ୍ କରିଛି ବିରୋଧୀ ଦଳ । ଜାଣିଶୁଣି ଗିରଫଦାରୀ ବିଳମ୍ବ କରାଯାଇଛି । ସେହିପରି ଏହି ତିନି ଜଣ ବିଜେପି କର୍ମୀ ବଡ ବଡ ବିଜେପି ନେତାଙ୍କ ସହ ସମ୍ପର୍କ ଥିବା ନେଇ ଅଭିଯୋଗ କରିଛି କଂଗ୍ରେସ । ନାରୀ ସୁରକ୍ଷାକୁ ନେଇ ବଡ ବଡ କଥା କହୁଥିବା ବିଜେପି ନିଜେ ନାରୀଙ୍କୁ ନିର୍ଯାତନା ଦେଉଥିବା କଂଗ୍ରେସ କହିଛି ।