କନକ ବ୍ୟୁରୋ: ମୋହନା ବିରିକୋଟରେ ଅଭାବନୀୟ ଘଟଣା । ଘର ଭିତରେ ଥିବା ଭୂତଳ ସୁଡଙ୍ଗରେ ପଶିଥିବା ବେଳେ ଚାଲିଗଲା ୩ ଭାଇଙ୍କ ଜୀବନ । ମୃତକ ହେଉଛନ୍ତି ସଂଜୀବ ମାଝି, ବିକ୍ରମ ମାଝି ଓ ଜିତୁ ମାଝି । ସୁଡଙ୍ଗ ଭିତରେ ଥିବା କିଛି ଜିନିଷ ଆଣିବାକୁ ଯାଇଥିବା ବେଳେ ପ୍ରଥମେ ଅଚେତ ହୋଇଯାଇଥିଲେ ସଂଜୀବ ମାଝି । ଏହାପରେ ବିକ୍ରମ ସୁଡଙ୍ଗ ଭିତରେ ପଶିବା ପରେ ସମାନ ଘଟଣା ଘଟିଥିଲା । ଦୁଇ ଭାଇ ଅଚେତ ହୋଇଯିବା ଜାଣିବା ପରେ ଜିତୁ ମାଝି ସୁଡଙ୍ଗ ଭିତରେ ପ୍ରବେଶ କରିଥିଲେ ଦୁଇ ଭାଇଙ୍କୁ ଉଦ୍ଧାର କରିବା ପାଇଁ ।
ହେଲେ ସେ ବି ଅଚେତ ହୋଇଯାଇଥିଲେ । ପରିବାର ଲୋକେ ରଶି ଜରିଆରେ ୩ ଜଣଙ୍କୁ ଉଦ୍ଧାର କରି ବିରିକୋଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଏହାପରେ ସେମାନଙ୍କୁ ମୋହନା ମେଡିକାଲକୁ ନିଆଯାଇଥିଲା । ଡାକ୍ତର ସେଠାରେ ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଶ୍ୱାସରୁଦ୍ଧ କାରଣରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଅନୁମାନ କରିଛନ୍ତି । ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/5-21.jpg)