କନକ ବ୍ୟୁରୋ : ସହିଦ ଅଜିତ ସାହୁଙ୍କ ମରଶରୀର ଉପରେ ଦଳୀୟ ପତାକା ରଖାଯାଇଥିବା ଘଟଣାର ତର୍ଜମା କରିଛି ବିଜେଡି । ତେବେ ଏହି ଘଟଣାର ପ୍ରମାଣ ମିଳିବା ପରେ ଦଳ ପକ୍ଷରୁ ନିଆଗଲା କାର୍ଯ୍ୟାନୁଷ୍ଠାନ । ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲାର ବିନୋଦ ମାଝି, ସନ୍ତୋଷ କୁମାର ସାହୁ ଓ ଗୋବର୍ଦ୍ଧନ ଦାସଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ତେବେ ନିଲମ୍ବନ ସମ୍ପର୍କରେ ବିଜେଡିର ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
/kanak/media/post_attachments/wp-content/uploads/2019/06/IMG-20190621-WA0027.jpg) ପୁଲୱାମା ଆକ୍ରମଣରେ ସହିଦ ହୋଇଥିଲେ ଅଜିତ ସାହୁ । ତେବେ ତାଙ୍କର ମରଶରୀର ଓଡିଶା ଆସିବା ପରେ ଗାର୍ଡ ଅଫ ଅନର ଦିଆଯାଇଥିଲା । ହେଲେ, ସହିଦଙ୍କ ଶରୀରରେ ବିଜେଡିର ଦଳୀୟ ପତାକା ଦିଆଯାଇଥିବା ନେଇ କଥା ସାମନାକୁ ଆସିଥିଲା । ଯାହାକୁ ନେଇ ବିରୋଧ ହେବା ସହ ଅନେକ ସମାଲୋଚନା ମଧ୍ୟ କରାଯାଇଥିଲା । ଏହାପରେ ଦଳର ମୁଖପାତ୍ର ସସ୍ମିତ ପାତ୍ର ଦୋଷୀ ଯିଏ ବି ହୋଇଥିବା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କୁହାଯାଇଥିଲା । ଆଉ ଆଜି ସନ୍ଧ୍ୟାରେ ୩ ଜଣଙ୍କ ଉପରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ପୁଲୱାମା ଆକ୍ରମଣରେ ସହିଦ ହୋଇଥିଲେ ଅଜିତ ସାହୁ । ତେବେ ତାଙ୍କର ମରଶରୀର ଓଡିଶା ଆସିବା ପରେ ଗାର୍ଡ ଅଫ ଅନର ଦିଆଯାଇଥିଲା । ହେଲେ, ସହିଦଙ୍କ ଶରୀରରେ ବିଜେଡିର ଦଳୀୟ ପତାକା ଦିଆଯାଇଥିବା ନେଇ କଥା ସାମନାକୁ ଆସିଥିଲା । ଯାହାକୁ ନେଇ ବିରୋଧ ହେବା ସହ ଅନେକ ସମାଲୋଚନା ମଧ୍ୟ କରାଯାଇଥିଲା । ଏହାପରେ ଦଳର ମୁଖପାତ୍ର ସସ୍ମିତ ପାତ୍ର ଦୋଷୀ ଯିଏ ବି ହୋଇଥିବା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କୁହାଯାଇଥିଲା । ଆଉ ଆଜି ସନ୍ଧ୍ୟାରେ ୩ ଜଣଙ୍କ ଉପରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/SAHEED-1.jpg)