ଭଦ୍ରକରେ ବାଇକକୁ ଚାପି ଦେଲା ଟ୍ରକ୍ , ଘଟଣାସ୍ଥଳରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ । ଟ୍ରକ ଡ୍ରାଇଭର,ହେଲ୍ପର ଫେରାର ।

339

କନକ ବ୍ୟୁରୋ: ଭଦ୍ରକରେ ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ୩ ଜଣଙ୍କ ମୃତ୍ୟୁ ହୋଇଛି । ବାଇକକୁ ଚାପି ଦେଲା ଟ୍ରକ । ଘଟଣାସ୍ଥଳରେ ୨ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଆଉ ଜଣେ ଆଖି ବୁଜିଛନ୍ତି । ପ୍ରବଳ ବର୍ଷା ବେଳେ ଟ୍ରକଟି ଦ୍ରୁତ ଗତିରେ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ବାଇକକୁ ପଛପଟୁ ଧକ୍କା ଦେଇଥିଲେ । ତେବେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର-ହେଲ୍ପର ଫେରାର ଅଛନ୍ତି ।