କାର୍ଯ୍ୟାଳୟକୁ ଅଡୁଆ ଆକ୍ରାନ୍ତ କର୍ମଚାରୀ: କରୋନା ସଂକ୍ରମଣ ଚିହ୍ନଟ ପରେ ଭଦ୍ରକର ୩ଟି ବ୍ୟାଙ୍କ ସିଲ୍; ସେପଟେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟକୁ ବି ସଟଡାଉନ ଘୋଷଣା

ଜୁମ ଆପରେ କାମ କରୁଛନ୍ତି ଆରଏମସି ଅଧିକାରୀ

340

କନକ ବ୍ୟୁରୋ: କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭଦ୍ରକରେ ୩ ବ୍ୟାଙ୍କ୍ ସିଲ୍ । ଭଦ୍ରକ ଡାହାଣିଗଡିଆ ସ୍ଥିତ ଆଇସିଆଇସିଆଇ , ବାଇପାସ୍ରେ ଥିବା ଏଚଡିଏଫସି ଓ ରାଜଘାଟ ସ୍ଥିତ ବ୍ୟାଙ୍କ ଅଫ୍ ବରୋଦାକୁ ସିଲ୍ କରିଛନ୍ତି ଜିଲ୍ଲା ପ୍ରଶାସନ । ଗତ ୩ ଦିନ ମଧ୍ୟରେ ଆଇସିଆଇ ବ୍ୟାଙ୍କର ୩ଜଣ, ଏଚଡିଏଫସିର ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ବରୋଦାର ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ସଂକ୍ରମଣକୁ ବୃଦ୍ଧିକୁ ରୋକିବା ଉଦେଶ୍ୟରେ ଏଭଳି ନିଷ୍ପତି ନେଇଛି ପ୍ରଶାସନ । ଏବେ ସୁଦ୍ଧା ଜିଲ୍ଲାରେ ମୋଟ ୫୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧୬୦ ଜଣ ସକ୍ରିୟ ରୋଗୀ ଅଛନ୍ତି ।

ସେପଟେ ରାଉରକେଲା ମହାନଗର ନିଗମର କାର୍ଯ୍ୟାଳୟ ସୋମବାର ପର୍ଯ୍ୟନ୍ତ ସଟଡାଉନ । ଏହି ସମୟରେ ଅଫିସ ବନ୍ଦ ରହିବ ଓ ସାନିଟାଇଜ୍ କରାଯିବ । ତେଣୁ କେହି ନଆସିବାକୁ କୁହାଯାଇଛି । କାର୍ଯ୍ୟାଳୟର କେତେ ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ନିଷ୍ପତି ନେଇଛନ୍ତି ଆରଏମସି କର୍ତୁପକ୍ଷ । ତେବେ ଜରୁରୀ ସେବାରେ ସମ୍ପୃକ୍ତ କର୍ମଚାରୀମାନଙ୍କ ସହ ଜୁମ୍ ଆପ୍ ମାଧ୍ୟମରେ ଯୋଗାଯୋଗ ରଖି କାର୍ଯ୍ୟ କରାଯିବ ।

ଆସନ୍ତା ସୋମବାର ଦିନ ସ୍ଥିତ ଦେଖି ପରବର୍ତି ନିଷ୍ପତି ନିଆଯିବ ବୋଲି କହିଛନ୍ତି ଆରଏମସି ଡେପୁଟି କମିଶନର । ସେହିପରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପି ସାରିଥିବାବେଳେ ରାଉରକେଲା ସହରରେ ଆକ୍ଟିଭ୍ ସର୍ଭିଲାନ୍ସ ଆରମ୍ଭ ହୋଇସାରିଛି । ଫଳରେ ପ୍ରତ୍ୟକ ଦିନ ବହୁ ସଂଖ୍ୟାରେ ପଜିଟିଭ୍ ବାହାରୁଛନ୍ତି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ବିଶେଷ କରି ବସ୍ତି ଅଂଚଳରେ ଆକ୍ରାନ୍ତଙ୍କୁ ଶୀଘ୍ର ଚିହ୍ନଟ କରି ସଂକ୍ରମଣ ରୋକିବାକୁ ପ୍ରଶାସନ ପ୍ରାଥମିକତା ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି ।