ଚର୍ଚ୍ଚାରେ ମହାପ୍ରଭୁଙ୍କ ତିନି ବାହୁବଳୀଙ୍କ ସେବାୟତ । ରଥଟାଣିଲେ ଦାମୋଦର ଗୋଛିକାର, ଲୋକନାଥ ମୁଦିରସ୍ତ, ଅନିଲ ଗୋଛିକାର ।

232

କନକ ବ୍ୟୁରୋ: ଚର୍ଚ୍ଚାରେ ମହାପ୍ରଭୁଙ୍କ ବାହୁବଳୀ ସେବାୟତ । ଦାମୋଦର ଗୋଛିକାର, ଲୋକନାଥ ମୁଦିରସ୍ତ ଓ ଅନୀଲ ଗୋଛିକାର । ଏହି ୩ ବାହୁବଳୀ ସେବାୟତଙ୍କ ଉପରେ ପଡିଥିଲା ଆମ କ୍ୟାମେରା । ନିଜର ସମସ୍ତ ବଳ ଲଗାଇ ମହାପ୍ରଭୁଙ୍କ ରଥକୁ ଟାଣି ନେଉଥିଲେ ଏହି ସେବାୟତମାନେ । କଥାହେଲା, ଏଥର ମଧ୍ୟ ବିନା ଭକ୍ତରେ ରଥଯାତ୍ରା ହେଉଛି । ତେଣୁ ବଡଦାଣ୍ଡରେ କେବଳ ସେବାୟତ ରଥ ଟାଣୁଛନ୍ତି ।

ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଯାତ୍ରାର ସମସ୍ତ ନୀତିକାନ୍ତି ଆଗେଇ ଚାଲିଛି । ଆଉ ଶ୍ରୀଜିଉଙ୍କ ସେବାରେ ସମର୍ପିତ କରି ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ଏହି ସେବାୟତମାନେ । ଭକ୍ତ ନଥିବାରୁ ମନରେ କ୍ଷୋଭ ରହିଛି । କାରଣ ଭକ୍ତର ଭାବରେ ବନ୍ଧା କାଳିଆ ଠାକୁର । ହେଲେ ନିଷ୍ଠାର ସହ ନିଜ ଦାୟିତ୍ୱ ସମ୍ପାଦନ କରୁଛନ୍ତି ସେବାୟତ । ଏହି ସେବାପାଇଁ ସେମାନେ ବର୍ଷତମାମ ନିଜକୁ ପ୍ରସ୍ତୁତ କରିଥାନ୍ତି । ପୁରୀରେ ଥିବା ସବୁ ଜାଗା ଆଖଡା ଗୁଡିକରେ ବର୍ଷସାରା ଚାଲେ ବ୍ୟାୟାମ ଓ କସରତ ।

ପୂର୍ବରୁ ଯେତେବେଳେ ପୋଲିସ ଓ ପ୍ରଶାସନ ନଥିଲା ମହାପ୍ରଭୁ ଓ ଶ୍ରୀମନ୍ଦିରର ସୁରକ୍ଷା କରୁଥିଲେ ସେବାୟତ । ଆଉ ସେଥିପାଇଁ ପୁରୀରେ ଯାଗା ଆଖଡା ପରମ୍ପରା ରହିଆସିଛି । ହେଲେ ସାରା ବିଶ୍ୱକୁ ସୁରକ୍ଷା ଦେଉଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କି ସୁରକ୍ଷା ଦରକାର ବୋଲି କହିଛନ୍ତି ଏହି ବାହୁବଳୀ ସେବାୟତ ।