କନକ ବ୍ୟୁରୋ : ରାଜଧାନୀରେ ଏଏନଏମ୍ କର୍ମୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ସେପଟେ ଏଏନଏମଙ୍କ ଧାରଣାକୁ ନେଇ ବଡ ଖୁଲାସା କରିଛି କମିଶରେଟ୍ ପୁଲିସ । ଯିଏ ଧାରଣା ପାଇଁ ଭୁବନେଶ୍ୱର ଆସିବ, ତାକୁ ୧୫ ହଜାର ଟଙ୍କା ଆଗୁଆ ଦେବାକୁ ପଡିବ । ତାହାର ଚାକିରୀ ସ୍ଥାୟୀ ହେବ । ଏହିଭଳି ଏକ ଅଡିଓ ଲାଗିଛି କ୍ୟାପିଟାଲ ପୋଲିସ ହାତରେ । ଘଟଣାରେ କ୍ୟାପିଟାଲ ଥାନା ପୋଲିସ ନିଜ ଆଡୁ ମାମଲା ରୁଜ୍ଜୁ କରି ୩ ଜଣଙ୍କୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିିଛି ।

Advertisment

publive-imageଟଙ୍କା ଦିଅ ଚାକିରୀ ନିଅ । ଏଏନଏମ ନିଯୁକ୍ତ ପଛର ଲାଞ୍ଚ ଅଡିଓ । ସରକାରଙ୍କ ନାଁରେ ଲୁଟୁଥିଲେ ଦଲାଲ୍ । ପୋଲିସ ନେଉଥିବା ଏହି ତିନି ଅଭିଯୁକ୍ତ ହେଉଛନ୍ତି ଏଏନଏମ ଆନ୍ଦୋଳନ ପଛରେ ଥିବା ଦଲାଲ । ସରକାରଙ୍କ ନାଁରେ ଏବଂ ସ୍ଥାୟୀ ନିଯୁକ୍ତି ଦେବାକୁ କହି ଟଙ୍କା ହଡପ କରିଥିବା ଏହି ତିନି ଠକ ହେଉଛନ୍ତି, ଗଂଜାମ ଅଂଚଳର କେ. ଅଶ୍ୱିନୀ ଦୋରା, ସନ୍ତୋଷ କୁମାର ସାହୁ ଏବଂ ରାଜକିଶୋର ଆଚାରୀ । ଏମାନେ ଚାକିରୀ ଦେବେ କହି ମୁଣ୍ଡ ପିଛା ୧୫ ହଜାର ଟଙ୍କା ଲେଖାଏଁ ଆଦାୟ କରି କୋଟି କୋଟି ଟଙ୍କା ଲୁଟି ଚମ୍ପଟ ମାରିବାର ଯୋଜନା କରିଥିଲେ ।

କେମିତି ଧରାପଡିଲେ ଦଲାଲ? ଏହି ଭାଇରାଲ ଅଡିଓକୁ ନେଇ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା କମିଶନରେଟ୍ ପୁଲିସ । ତଦନ୍ତ ବେଳେ ଜଣାପଡିଥିଲା ଏହି ଭାଇରାଲ ଅଡିଓରେ ମୁଖ୍ୟ ଅଭିଯୁକ୍ତ ହେଉଛି ଗଂଜାମ ଅଂଚଳର କେ ଅଶ୍ୱିନୀ ଦୋରା । ସେ ଜଣେ ମହିଳାଙ୍କ ସହ ହୋଇଥିବା ଏହି କଥାବାର୍ତ୍ତା ତିନି ଅଭିଯୁକ୍ତଙ୍କ ନିକଟରେ ପୁଲିସକୁ ପହଞ୍ଚାଇଥିଲା । ତେବେ ଏହାକୁ ଖଣ୍ଡନ କରିଛନ୍ତି ଆନ୍ଦୋଳନକାରୀ । ଏହି ଆନ୍ଦୋଳନ ପଛରେ ଥିବା ଠକେଇରେ ଆହୁରି ଅନେକ ବ୍ୟକ୍ତିଙ୍କ ହାତ ଥିବା ପୋଲିସ ସନ୍ଦେହ କରୁଛି । ଖୁବ୍ ଶୀଘ୍ର ଏହି ଷଡଯନ୍ତ୍ରକାରୀଙ୍କ ଚେହେରା ସାମ୍ନାକୁ ଆସିବ ବୋଲି ଦୃଢୋକ୍ତି ପ୍ରକାଶ କରୁଛି ପୁଲିସ ।