ପୁଣି ଗଞ୍ଜେଇ ଚୋରାଚାଲାଣ ! ଗଂଜେଇ ଟ୍ରକ ସହ ତିନି ଯୁବକ ଅଟକ

ପୁଣି ଗଞ୍ଜେଇ ଚୋରାଚାଲାଣ ! ଗଂଜେଇ ଟ୍ରକ ସହ ତିନି ଯୁବକ ଅଟକ

image courtesy-https://www.scoopwhoop.com

କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୈପାରିଗୁଡା ଥାନା ନିକଟ ମଶାଣି ପାଖରୁ ଏକ ୧୦ ଚକିଆ କୁଣ୍ତା ବୋଝେଇ ଟ୍ରକରୁ ଗଂଜେଇ ଜବତ କରାଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ ତିନି ଜଣ ଥାନାରେ ଅଟକ ରହିଥିବା ମଧ୍ୟ ଜଣାପଡିଛି। ତେବେ ଜବତ ଗଂଜେଇର ପରିମାଣ ଏବଂ ଅଟକଙ୍କ ପରିଚୟ ମିଳିପାରି ନାହିଁ।

ସୂଚନା ଅନୁଯାୟୀ ଗଂଜେଇ ମାଫିଆ ପୁଲିସକୁ ଚକମା ଦେବା ପାଇଁ ଟ୍ରକରେ ଧାନ କୁଣ୍ତା ବୋଝେଇ କରି ସେଥିରେ ଗଂଜେଇ ଭର୍ତି କରି ନେଉଥିଲେ। ତେବେ ପୁଲିସ ଏ ସଂପର୍କରେ ସୂଚନା ପାଇ ଉକ୍ତ ଗାଡିକୁ ମଶାଣି ନିକଟରେ ଅଟକାଇ ଯାଞ୍ଚ ପରେ ଗଂଜେଇ ଥିବା ଜଣାପଡିଥିଲା। ଏହି ତିନି ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡିଛି। ଏନେଇ ବୈପାରିଗୁଡା ଥାନାରେ ପଚାରିବାରୁ ଏନେଇ ପ୍ରେସ ଇସ୍ତାହାର ଦିଆଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe