କନକ ବ୍ୟୁରୋ: ଯୁକ୍ତ ୩ ସ୍ବୟ˚ଶାସିତ କଲେଜ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ କଲେଜରେ ନାମଲେଖ ପାଇଁ ଆଜି ପ୍ରଥମ ପର୍ଯ୍ୟାାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇବ । ଦିନ ୧୧ଟାରେ ଉଚ୍ଚଶିକ୍ଷା ବିଭାଗର ୱେବସାଇଟରେ ତାଲିକା ପ୍ରକାଶ ପାଇବ । ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଆସନ୍ତା ୧୯ ତାରିଖରୁ ୨୪ ତାରିଖ ଯାଏଁ ହେବ । ଅଗଷ୍ଟ ୫ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ତଥା କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇବ । ଅଗଷ୍ଟ ୬ରୁ ୧୧ ମଧ୍ୟରେ ନାମଲେଖା ହେବ ।
ବଳକା ସିଟ୍ ଲାଗି ଅଗଷ୍ଟ ୧୪ରେ ସ୍ପଟ୍ ସିଲେକ୍ସନ, ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ସହ ଅଗଷ୍ଟ ୧୭ରେ ନାମଲେଖା ହେବ । ତେବେ ଅଗଷ୍ଟ ୮ରୁ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ । ଅଗଷ୍ଟ ୨୪ରୁ ଡ୍ରେସ୍କୋଡ୍ ଲାଗୁ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ମୋଟ ୧୦୪୭ଟି ଡିଗ୍ରି କଲେଜ ରହିଛି। ସେଥିରେ ନାମଲେଖା ଲାଗି ୨ ଲକ୍ଷ ୩୭ ହଜାର ୨୧୫ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୧୪ ହଜାର ୮୭୩ ଜଣ ଅନ୍ଲାଇନ୍ରେ ଫି’ ଦାଖଲ କରିଥିବା ଜଣାପଡ଼ିଛି।