ବଢିଲା ଯୁକ୍ତ ୩ ନାମଲେଖା ଅବଧି । ସମସ୍ତ ଡିଗ୍ରୀ କଲେଜ୍ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗର ସୂଚନା ।

668

କନକ ବ୍ୟୁରୋ : ଯୁକ୍ତ ତିନି ନାମଲେଖା ଅବଧି ବଢିଲା । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଡିଗ୍ରି କଲେଜର ଅଧ୍ୟକ୍ଷମାନଙ୍କୁ ସୂଚନା ଦିଆଯାଇଛି । ଯୁକ୍ତ ତିନି ପ୍ରଥମ ବର୍ଷ ଶ୍ରେଣୀରେ ନାମଲେଖା ପାଇଁ ପ୍ରଥମ ଚୟନ ମେରିଟ୍ ତାଲିକାରେ ମନୋନୀତ ଛାତ୍ରମାନଙ୍କ ତଥ୍ୟର ଅନଲାଇନ୍ ଅପଡେଟର ତାରିଖ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୬ ତାରିଖକୁ ବୃଦ୍ଧି କରାଯାଇଛି । ପ୍ରଥମ ଚୟନରେ ଆଡମିଶନ ନେଇଥିବା ଛାତ୍ରଙ୍କ ଇ-ସ୍ପେସର ଅନ୍ତିମ ଆଡମିସନ୍ ଡାଟା ଅପଡେଟ୍ ଓ ମେରିଟ୍ ତାଲିକା ଅକ୍ଟୋବର ୬ ତାରିଖରେ ପ୍ରକାଶ ପାଇବ ।

ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ତାଲିକା ଅକ୍ଟୋବର ୧୩ ତାରିଖରେ ପ୍ରକାଶ ପାଇବ । ଅକ୍ଟୋବର ୧୩ରୁ ୧୬ ତାରିଖ ଯାଏଁ ଛାତ୍ରମାନଙ୍କ ଦ୍ୱାରା ଆଡମିଶନ ଫି ଅନଲାଇନ୍ ଜମା କରାଯାଇପାରିବ । ଏହି ସମୟରେ ଯୁକ୍ତ ତିନି ପ୍ରଥମ ବର୍ଷ ଶ୍ରେଣୀରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ତାଲିକାରେ ଆଡମିଶନ ନେଇଥିବା ଛାତ୍ରଙ୍କ ଅନଲାଇନ୍ ଆଡମିସନ୍ ଡାଟା ଅପଡେଟ୍ କରାଯିବ । ଇ-ସ୍ପେସର ଅନ୍ତିମ ଆଡମିସନ୍ ଡାଟା ଅପଡେଟ୍ ଓ ମେରିଟ୍ ତାଲିକା ଅକ୍ଟୋବର ୧୯ ତାରିଖରେ ପ୍ରକାଶ ପାଇବ ।