ରିମାଣ୍ଡରେ ଗଲେ ମନୀଷ ମୃତ୍ୟୁ ମାମଲାର ୩ ଅଭିଯୁକ୍ତ: ୪ଦିନ ଜେରା କରିବ କମିଶନରରେଟ ପୋଲିସ

110

କନକ ବ୍ୟୁରୋ: ବହୁଚର୍ଚ୍ଚିତ ମନୀଷ ମୃତ୍ୟୁ ମାମଲାରେ ଆଜିଠାରୁ ପୁଲିସ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି । ଆଉ ଏହି ସମୟରେ ଅଭିଯୁକ୍ତମାନେ ମନୀଷଙ୍କୁ କେମିତି ହତ୍ୟା କଲେ, ସେହି ରହସ୍ୟ ଉପରୁ ପରଦା ହଟାଇବାକୁ ଚେଷ୍ଟା କରିବ ତଦନ୍ତକାରୀ ଟିମ୍ । କଡା ସୁରକ୍ଷା ବଳୟ ଭିତରେ ୩ ଅଭିଯୁକ୍ତଙ୍କ ଝାରପଡା ଜେଲରୁ ଇନଫୋସିଟି ଥାନାକୁ ନିଆଯାଇଛି ।

ସମୟ କମ ଥିବାରୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯାଇଥିବା ଡିସିପି ସୂଚନା ଦେଇଛନ୍ତି । ତେବେ ଆବଶ୍ୟକ ପଡିଲେ କ୍ରାଇମ ସିନର ରିକ୍ରିଏସନ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି । ଅମ୍ରିତ ବିଶ୍ୱାଳ, ମୃତ୍ୟୁଞ୍ଜୟ ମିଶ୍ର ଓ ଦୀନେଶ ମହାପାତ୍ରଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ ।