କନକ ବ୍ୟୁରୋ: ବେଙ୍ଗାଲୁରୁ ସହରର ‘ଟେକ୍‌’ ସଂସ୍ଥାନ ‘ଏରୋନକ୍ସ୍‌ ଇଣ୍ଟର୍‌ନେଟ୍‌ କମ୍ପାନି’ର ‘ଏମ୍‌ଡି’ ଓ ‘ସିଇଓ’ଙ୍କୁ ହତ୍ୟା କରିଥିବା ୩ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ, ଶବରୀଶ, ବିନୟ ରେଡ୍ଡୀ ଓ ସେନ୍ତୋଷ।

Advertisment

ସୂଚନା ମୁତାବକ,  ବେଙ୍ଗାଲୁରୁ ୱେବ୍ ଫାର୍ମର ‘ସିଇଓ’ ଏବଂ ‘ଏମ୍‌ଡି’ଙ୍କ ସହିତ ଅଭିଯୁକ୍ତମାନଙ୍କର ଶତ୍ରୁତା ଥିଲା। ପୂର୍ବରୁ ସେମାନେ ସେହି କମ୍ପାନିରେ ଚାକିରି କରିଥିଲେ। କିନ୍ତୁ ସେମାନଙ୍କ କାର୍ଯ୍ୟକଳାପକୁ ବିରୋଧ କରୁଥିଲେ କମ୍ପାନିର ସିଇଓ ବିନୁ କୁମାର ଏବଂ ପରିଚାଳନା ନିର୍ଦ୍ଦେଶକ ଫଣୀନ୍ଦ୍ର ସୁବ୍ରମଣ୍ୟମ  । ବିଶେଷ କରି ଫଣୀନ୍ଦ୍ରଙ୍କ ଉପରେ ଅଭିଯୁକ୍ତଙ୍କର ଅଧିକ ରାଜ ଥିଲା ବୋଲି କୁହାଯାଉଛି । publive-image

ଚାକିରିରୁ ଇସ୍ତଫା ଦେବା ପରେ ସେମାନେ ନିଜସ୍ୱ କମ୍ପାନି ଗଠନ କରିଥିଲେ। କିନ୍ତୁ  ‘ଏରୋନକ୍ସ୍‌ ଇଣ୍ଟର୍‌ନେଟ୍‌ କମ୍ପାନି’ର କର୍ମଚାରୀ ଓ ଗ୍ରାହକମାନଙ୍କୁ ନିଜ କମ୍ପାନି ଆଡ଼କୁ ପ୍ରଲୋଭିତ କରୁଥିଲେ।