ଉଦଘାଟନ ହେଉ ହେଉ ଅଘଟଣ । ବିଶ୍ୱର ସବୁଠୁ ଲମ୍ବା ଅଟଳ ଟନେଲରେ ଗୋଟିଏ ଦିନରେ ୩ ଦୁର୍ଘଟଣା । ଗାଡି ଚଳାଇବା ସମୟରେ ଲୋକେ ଉଠାଉଛନ୍ତି ସେଲଫି, ମାନୁ ନାହାନ୍ତି ଟ୍ରାଫିକ୍ ନିୟମ ।

Advertisment
ଉଦଘାଟନ ହେଉ ହେଉ ଅଘଟଣ । ବିଶ୍ୱର ସବୁଠୁ ଲମ୍ବା ଅଟଳ ଟନେଲରେ ଗୋଟିଏ ଦିନରେ ୩ ଦୁର୍ଘଟଣା । ଗାଡି ଚଳାଇବା ସମୟରେ ଲୋକେ ଉଠାଉଛନ୍ତି ସେଲଫି, ମାନୁ ନାହାନ୍ତି ଟ୍ରାଫିକ୍ ନିୟମ ।
କନକ ବ୍ୟୁରୋ: ଭାରତ ଚୀନ୍ ସୀମା ବିବାଦ ମଧ୍ୟରେ ଗତ ଅକ୍ଟୋବର ୩ ତାରିଖରେ ହିମାଚଳ ପ୍ରଦେଶ ରୋହତାଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ ବହୁ ପ୍ରତିକ୍ଷିତ ଅଟଳ ଟନେଲ୍ । ୯.୨ କିଲୋମିଟର ଲମ୍ବ ବିଶିଷ୍ଟ ଏହି ଟନେଲ୍ ହେଉଛି ବିଶ୍ୱର ସବୁଠୁ ଲମ୍ବା ହାଇୱେ ଟନେଲ  ।

କିନ୍ତୁ ଉଦଘାଟନର ମାତ୍ର ୩ ଦିନ ଭିତରେ ଏମିତି ଖବର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଉଦଘାଟନ ହେବା ପରେ ଗୋଟିଏ ଦିନରେ ଘଟିଛି ତିନି ତିନିଟି ଦୁର୍ଘଟଣା । ଟ୍ରାଫିକ ନିୟମକୁ ସମ୍ପୂର୍ଣ୍ଣ ଅବମାନନା କରି ପର୍ଯ୍ୟଟକ ଏବଂ ମୋଟର ଚାଳକମାନେ ଗାଡି ଚଳାଇବା ସମୟରେ ସେଲଫି କ୍ଲିକ୍ କରୁଛନ୍ତି । ଯେଉଁଥିପାଇଁ ଦୁର୍ଘଟଣା ଘଟୁଥିବା ଅଧିକାରୀ କହିଛନ୍ତି ।
ତେବେ ପ୍ରତିରକ୍ଷା ଦୃଷ୍ଟି କୋଣରୁ ଭାରତ ପାଇଁ ଏହି ଟନେଲ୍ ବେଶ ଗୁରୁତ୍ୱ ବହନ କରୁଛି  । ଶୀତ ଦିନରେ ସେନା ନିକଟରେ ଖାଦ୍ୟ ଓ ସାମଗ୍ରୀ ପହଁଚାଇବାର ରାସ୍ତା ସହଜ ହୋଇଯାଇଛି ।
ଆସନ୍ତୁ ନଜର ପକାଇବା ଅଟଳ ସେତୁର କଣ ରହିଛି ବିଶେଷତା
   ଅଟଳ ଟନେଲର ଲମ୍ବ ୯.୦୨ କିମି, ଚଉଡା ୧୦.୫ ମିଟର
   ଟନେଲର ଆକାର ଠିକ୍ ଘୋଡାର ନାଲ ଭଳି 
   ନିର୍ମାଣରେ ବ୍ୟବହାର ହୋଇଛି ଅତ୍ୟାଧୁନିକ ଜ୍ଞାନକୌଶଳ
   ପ୍ରତି ୧୫୦ ମିଟର ଦୂରରେ ଟେଲିଫୋନ୍
   ପ୍ରତି ୬୦ ମିଟର ଦୂରରେ ଅଗ୍ନି ନିର୍ବାପକ ଯନ୍ତ୍ର
   ୨୫୦ ମିଟରରେ ଦୂରରେ ସିସିଟିଭି
   ଟନେଲରେ ରହିଛି ଅନେକ ଜରୁରୀ ଏକଜିଟ୍ ଗେଟ୍
   ପ୍ରତିଦିନ ୩ ହଜାର କାର୍ ଓ ୧୫ ଶହ ଟ୍ରକ ଯାଇପାରିବ ଟନେଲରେ
ଅଟଳ ଟନେଲର ଆକାର ଘୋଡାର ନାଲ ପରି । ପୀରପଂଜାଲ ପାହାଡ ଉପରେ ସମୁଦ୍ର ପତନରୁ ପ୍ରାୟ ୧୦ ହଜାର ଫୁଟ ଉପରେ ଏହି ଟନେଲ୍ ତିଆରି ହୋଇଛି । ଲଦାଖରେ ସେନା ନିକଟରେ ବର୍ଷ ସାରା ଅସ୍ତ୍ରଶସ୍ତ୍ର ଓ ଖାଦ୍ୟ ସାମଗ୍ରୀ ପହଁଚାଇବାର ସବୁ ଦିନିଆ ବାଟ ତିଆରି କରି ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ ମାଇଲଖୁଂଟ ସ୍ଥାପନ କରିଛନ୍ତି ମୋଦି ସରକାର ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe