କନକ ବ୍ୟୁରୋ: କୁବେର ପିଏସଙ୍କ ନିକଟରୁ ଏଯାଏଁ ମିଳିଲାଣି ୩କୋଟି ୭୯ ଲକ୍ଷ ଟଙ୍କାର ସମ୍ପତ୍ତି । ଭିଜିଲାନ୍ସ ଚଢାଉ କରି ଜବତ କରିଛି ବିପୁଳ ପରିମାଣର ସୁନା । ପିଏସଙ୍କ ଘରୁ ପ୍ରାୟ ଦେଢ କେଜିର ସୁନା ମିଳିଛି । ପିଏସଙ୍କ ଘରୁ ନଗଦ ୧୨ ଲକ୍ଷ ୪୬ ହଜାର ଟଙ୍କା ଜବତ ହୋଇଛି । ସେହିପରି ତାଙ୍କ ସମ୍ପର୍କୀୟଙ୍କ ଘରୁ ୧୩ ଲକ୍ଷ ଟଙ୍କା ଜବତ ହୋଇଛି । ଭୁବନେଶ୍ୱରରେ ୨ ମହଲା କୋଠା ସାଙ୍ଗକୁ ୯ଟି ପ୍ଲଟ ମଧ୍ୟ ଠାବ ହୋଇଛି । ଏହାସହ କୁବେର ପିଏସ ନେଇଛନ୍ତି ୫୬ ଲକ୍ଷ ଟଙ୍କାର ଜୀବନ ବୀମା ।
ତେବେ ଜଣେ ସରକାରୀ କର୍ମଚାରୀଙ୍କ ଘରୁ ଏତେ ଟଙ୍କା ଓ ସୁନା ଗହଣା ବାହାରିଥିଲା ଯେ, ଏହାକୁ ଗଣଗଣି ଥକିପଡିଥିଲେ ଭିଜିଲାନ୍ସ ଅଧିକାରୀ । ୪ ଜଣ ଡିଏସପି, ୧୩ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ନେଇ ୩ଟି ଟିମ୍ ଏହି ରେଡରେ ସାମିଲ ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ ରେଡ ଚାଲିଥିବାବେଳେ ଅସାଧୁ ଉପାୟରେ ଜମା କରିଥିବା କଳାଧନକୁ ଘର ପଛପଟେ ଫୋପାଡି ଦେବାକୁ ଉଦ୍ୟମ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/vlcsnap-2021-07-30-20h29m46s31.png)