ରାଜ୍ୟରେ ଆଉ ୩ ହଜାର ୭୭୯ ଆକ୍ରାନ୍ତ ସୁସ୍ଥ । ଖୋର୍ଦ୍ଧାରୁ ସର୍ବାଧିକ ୫୫୦ ସୁସ୍ଥ 

Advertisment
ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର । ପୁଣି ସୁସ୍ଥ ହେଲେ ଆଉ ୨ ହଜାର ୧୨୮ ଆକ୍ରାନ୍ତ । ୨ ଲକ୍ଷ ୫୭ ହଜାର ୪୧ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା ।
କନକ ବ୍ୟୁରୋ : କରୋନା ଆକ୍ରାନ୍ତ ବଢିବା ସହ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ରାଜ୍ୟରେ ଆଜି ଆଉ ୩ ହଜାର ୭୭୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ ୧ ଲକ୍ଷ ୬୧ ହଜାର ୪୪ରେ ପହଞ୍ଚିଛି ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା । ତେବେ ଆଜି ସୁସ୍ଥ ହୋଇଥିବା ଆକହ୍ନ୍ହ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୫୦ ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି କଟକରୁ ୪୨୭, ପୁରୀରୁ ୧୫୮, ବାଲେଶ୍ୱରରୁ ୧୫୫, ବରଗଡ ଓ ଝାରସୁଗୁଡାରୁ ୧୫୨, କନ୍ଧମାଳ ଓ ମୟୂରଭଞ୍ଜରୁ ୧୩୫ ଜଣ ଲେଖାଏଁ, ସମ୍ବଲପୁରରୁ ୧୨୭, ରାୟଗଡରୁ ୧୧୮, ଯାଜପୁରରୁ ୧୧୩, ଜଗତସିଂହପୁରରୁ ୧୦୫, ଗଞ୍ଜାମରୁ ୯୯, ବଲାଙ୍ଗିରରୁ ୯୮, ଭଦ୍ରାକରୁ ୯୨, ନବରଙ୍ଗପୁରରୁ ୮୧, ନୂଆପଡାରୁ ୭୭, କେନ୍ଦୁଝରରୁ ୭୬, କେନ୍ଦ୍ରାପଡା ଓ କୋରାପୁଟରୁ ୬୯, କଳାହାଣ୍ଡି ଓ ସୋନପୁରରୁ ୬୫ ଜଣ, ସୁନ୍ଦରଗଡ ୬୨, ଗଜପତି ୫୮, ନୟାଗଡ ୪୭, ମାଲକାନଗିରି ୪୬, ବୌଦ୍ଧ ୪୪ ଅନୁଗୁଳ ୩୯ ଓ ଦେବଗଡରୁ ୭ ଜଣ ଚିହ୍ନଟ ହୋଇଛନ୍ତି ।
ସେହିପରି ଆଜି ରାଜ୍ୟରୁ ୪, ୩୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାସହ ୧୬ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ତେବେ ଆଜି ପୁଣି ୩, ୭୭୯ ଆକ୍ରାନ୍ତ ସୁସ୍ଥ ହେବା ଖବର ଆଶ୍ୱସ୍ତି ପ୍ରଦାନ କରିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe