କନକ ବ୍ୟୁରୋ: ବିଭିନ୍ନ ପଞ୍ଚ ତରକା ହୋଟେଲରେ ୱେଟରମାନଙ୍କୁ ଟିପ୍ସ ମିଳୁଥିବା କଥା ଆପଣ ଜାଣିଥିବେ । ଖାଦ୍ୟ ପରସାରେ ଖୁସି ହେବା ପରେ ଜଣେ ଗ୍ରାହକ ଖୁସିରେ ୱେଟରକୁ ନିଜ ସକ୍ଷମ ଅନୁସାରେ ଟିପ୍ସ ଦେଇଥାନ୍ତି । ହେଲେ ଏବେ ଜଣେ ଗ୍ରାହକଙ୍କର ଟିପ୍ସକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । କାହିଁକି ନା, ସେ ହଜାର କି ଦୁଇ ହଜାର ନୁହେଁ ବରଂ ୱେଟରଙ୍କୁ ଏକାସାଙ୍ଗରେ ସାଢେ ୩ ଲକ୍ଷ ଟଙ୍କା ଟିପ୍ସ ଦେଇଛନ୍ତି ।
View this post on Instagram
ଟିପ୍ସ ଦେଇଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି, ପେପାଲର ପୂର୍ବତନ ଭାଇସ୍ ପ୍ରେସିଡେଣ୍ଟ ଜ୍ୟାକ୍ ସେଲବି । ନଭେମ୍ବର ୧୧ ତାରିଖ ଦିନ ସେ ତାଙ୍କ ପରିବାର ସହିତ ଖାଇବାକୁ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ, ଯାହାର ନାଁ ହେଉଛି ଦ ଲେପର୍ଡ ଏଟ୍ ଡେସ୍ ଆର୍ଟିଷ୍ଟସ୍ । ସେଠାରେ ପରିବାର ସହ ଖାଇବା ପରେ ସେ ୱେଟରଙ୍କ ଖାଦ୍ୟ ପରସାରେ ଖୁସି ହୋଇ ୫ ହଜାର ଡଲାର ଟିପ୍ସ ଦେଇଥିଲେ । ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପାଖାପାଖି ସାଢେ ୩ ଲକ୍ଷ ଟଙ୍କା ।
ଖାଲି ସେତିକି ନୁହେଁ, ଏହାପୂର୍ବରୁ ମଧ୍ୟ ସେ ଏଭଳି ଟିପ୍ସ ଦେଇ ଚର୍ଚ୍ଚାରେ ରହିଥିଲେ । ୨୦୧୩ ଓ ୨୦୧୫ ମସିହାରେ ଜ୍ୟାକ୍ ସେଲବି ରେସ୍ତୋରାଁରେ ଖାଦ୍ୟ ଖାଇବା ପରେ ସେଠାକାର ୱେଟରଙ୍କୁ ମଧ୍ୟ ୫ ହଜାର ଡଲାର ଟିପ୍ସ ଦେଇଥିଲେ । ଯାହା ସେ ସମୟରେ ଖୁବ୍ ଚର୍ଚ୍ଚା ସୃଷ୍ଟି କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/31-16.jpg)