କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ଆରମ୍ଭରୁ ଭାରତୀୟ ଟିମକୁ ଝଟକା, ପ୍ରଥମରୁ ହିଁ ୨ ୱିକେଟ୍ ହରାଇ ସଙ୍କଟରେ ଭାରତୀୟ ଟିମ୍ । ଶନିବାର ଚେନ୍ନାଇରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ହେଲେ ଗିଲଙ୍କ ୱିକେଟ୍ ପଡିବା ସହିତ ଦଳକୁ ମିଳିଥିଲ ପ୍ରାରମ୍ଭିକ ଝଟକା । ଏହାପରେ ପୂଜାରା ଓ ରୋହିତ ଶର୍ମା ୮୫ ରନର ପାର୍ଟନରସିପ ତିଆରି କରିବା ସହିତ ଭାରତ ଆଗକୁ ବଢିଥିଲା । ହେଲେ ଏହି ସମୟରେ ଦଳକୁ ମିଳିଥିଲା ଡବଲ ଝଟକା । ପୂଜାରାଙ୍କ ପରେ ପରେ ଅଧିନାୟକ କୋହଲି ବିନା କୌଣସି ରନ କରି ଆଉଟ୍ ହୋଇଯାଇଥିଲେ । ହେଲେ ଏହାପରେ ରାହାଣେ ଓ ରୋହିତ ଯୋଡି ଦଳର ସ୍କୋରକୁ ଆଗକୁ ବଢାଇଥିଲେ । ରୋହିତ ନିଜର ଟେଷ୍ଟ କ୍ୟାରିୟରର ସପ୍ତମ ଶତକ ଅର୍ଜନ କରିବା ସହିତ ୧୬୧ ରନର ଇଂନିସ ଖେଳିଥିଲେ ।
ବର୍ତ୍ତମାନ ଭାରତୀୟ ଟିମ୍ ୯୧.୧ ଓଭର ଖେଳି ୩୧୬ କରିଥିବାବେଳେ ମୋଇନ ଅଲ୍ଲୀଙ୍କ ଘାତକ ବୋଲିଂ ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/12333.jpg)