କନକ ବ୍ୟୁରୋ : ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ମତଦାତା
ସୁନ୍ଦରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀରେ ଆଜି ବାଛିବେ ନିଜର ନେତା । ଏହି ଆସନରେ ଚଳିତ ନିର୍ବାଚନରେ କଡା ଟକ୍କର ହେବା ପାଇଁ ଯାଉଛି । ୨୦୧୯ ସାଧାରଣ ନିର୍ବାଚନରେ ଚଳିତ ବର୍ଷ ବିଜେଡି ପକ୍ଷରୁ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପକ୍ଷରୁ ଜଜ ତୀର୍କି ପ୍ରାର୍ଥୀ ହୋଇଛନ୍ତି । ତେବେ ଏହି ନେତାଙ୍କ ମୁକାବିଲା ପାଇଁ ବିଜେପି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି । କହିବାକୁ ଗଲେ ମୈଦାନରେ ୩ ଦଳର ତିନି ହେଭିୱେଟ ନେତାଙ୍କ ମଧ୍ୟରେ ବିଗ ଫାଇଟ ହେବା ପାଇଁ ଯାଉଛି । ତେବେ କାହା ଉପରେ ଆଶା ଓ ଭରଷା କରିବେ ଭୋଟର ତାହା ଆସନ୍ତା ୨୩ରେ ଜଣାପଡିବ । କିନ୍ତୁ ଏହି ଆସନ ସମ୍ପର୍କରେ ଜାଣନ୍ତୁ କିଛି ତଥ୍ୟ...
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୨ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧୪ ଲକ୍ଷ ୯ ହଜାର ୨୫୬
- ମତ ଦେଇଥିଲେ – ୧୦ ଲକ୍ଷ ୮ ହଜାର ୯୪୬
- ଭୋଟଦାନ ହାର – ୭୧.୬୬%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଦିଲିପ କୁମାର ତିର୍କୀ ବିଜେଡି ୩,୨୧,୬୭୯ ୩୧.୮୩% ପରାସ୍ତ
ହେମାନନ୍ଦ ବିଶ୍ୱାଳ କଂଗ୍ରେସ ୨,୬୯,୩୩୫ ୨୬.୬୫% ପରାସ୍ତ
ଜୁଏଲ ଓରାମ୍ ବିଜେପି ୩,୪୦,୫୦୮ ୩୩.୬୯% ବିଜୟୀ
କିଏ ମାରିଥିଲା ବାଜି?
- ବିଜେପିର ଜୁଏଲ ଓରାମ୍ ବିଜୟୀ ହୋଇଥିଲେ
- ୩ ଲକ୍ଷ ୪୦ ହଜାର ୫୦୮ ଖଣ୍ଡ ଭୋଟ ପାଇଥିଲେ ବିଜେପି ପ୍ରାର୍ଥୀ
- ବିଜେଡ଼ି ପ୍ରାର୍ଥୀ ଦୀଲିପ ତିର୍କୀଙ୍କୁ ପରାସ୍ତ କରିଥିଲେ
- ୧୮ ହଜାର ୮୨୯ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲା ବିଜେପି
- ୯ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୧୯ର ଲଢେଇ
ବିଜେଡି: ସୁନୀତା ବିଶ୍ୱାଳ
କଂଗ୍ରେସ: ଜର୍ଜ ତୀର୍କୀ
ବିଜେପି: ଜୁଏଲ ଓରାମ
୨୦୧୯--ବିଜେଡି: ସୁନୀତା ବିଶ୍ୱାଳ
- କଂଗ୍ରେସରୁ ବିଜେଡିରେ ସାମିଲ
- ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ
- ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଥିଲେ
୨୦୧୯-- କଂଗ୍ରେସ: ଜର୍ଜ ତୀର୍କୀ
- ବୀରମିତ୍ରପୁରରୁ ୪ଥର ବିଧାୟକ
- ସମତାକ୍ରାନ୍ତି ଦଳ ପ୍ରତିଷ୍ଠାତା
- ସମତାକ୍ରାନ୍ତି ଛାଡି କଂଗ୍ରେସରେ ସାମିଲ
- ( ପେସା ଆଇନ୍ ) ପଥରଗାଡି ଆନ୍ଦୋଳନର ସକ୍ରିୟ ନେତା
୨୦୧୯--ବିଜେପି: ଜୁଏଲ ଓରାମ
- କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ
- ପୂର୍ବତନ ବିଧାୟକ
- ୪ ଥର ସାଂସଦ
- ପୂର୍ବତନ ରାଜ୍ୟ ବିଜେପି ସଭାପତି
ମୈଦାନରେ ମହିଳା ପ୍ରାର୍ଥୀ
-ସୁନୀତା ବିଶ୍ୱାଳ ( ବିଜେଡି )
ନିର୍ବାଚନ ମଣ୍ଡଳୀ ତଥ୍ୟ
- ସୁନ୍ଦରଗଡ, ତଳସରା, ରାଜଗାଙ୍ଗପୁର, ବୀରମିତ୍ରପୁର, ରାଉରକେଲା, ରଘୁନାଥପଲି ଏବଂ ବଣାଇ ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ସୁନ୍ଦରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଗଠିତ
- ତଳସରା ଓ ସୁନ୍ଦରଗଡରେ ସରକାର କରିଥିଲା କଂଗ୍ରେସ ।
- ରାଜଗାଙ୍ଗପୁର, ରଘୁନାଥପଲି ଓ ବଣାଇ ରହିଛି ବିଜେଡି କବଜାରେ ।
- ରାଉରକେଲା ବିଜେପି ଦଖଲରେ ରହିଛି ।
- ବୀରମିତ୍ରପୁରରେ ସମତାକ୍ରାନ୍ତି ଦଳ ବିଜୟୀ ହୋଇଥିଲା ।
ମୁହାଁମୁହିଁ ପ୍ରାର୍ଥୀ
- କଂଗ୍ରେସ ଛାଡି ବିଜେଡି ଆସିଥିବା ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ଲଢୁଛନ୍ତି
- ସମତାକ୍ରାନ୍ତି ଦଳର ପ୍ରତିଷ୍ଠାତା ଏବଂ ଚାରି ଚାରିଥରର ବିଧାୟକ ଜର୍ଜ ତୀର୍କୀଙ୍କୁ ଦଳରେ ମିଶାଇ ପ୍ରାର୍ଥୀ କରିଛି କଂଗ୍ରେସ
- କେନ୍ଦ୍ରମନ୍ତ୍ରୀ ଏବଂ ଚାରି ଚାରି ଥରର ସାଂସଦ ଜୁଏଲ ଓରାମଙ୍କୁ ବିଜେପି ପ୍ରାର୍ଥୀ କରିଛି
ସୁ୍ନ୍ଦରଗଡ ଲୋକସଭା ଆସନ
- ବିଜେପିର ଜୁଏଲ ଓରାମ ୪ଥର ସାଂସଦ
- କଂଗ୍ରେସର ଫ୍ରିଡା ଟପ୍ନୋ ୨ଥର ସାଂସଦ
- ୨୦୦୯ରେ କଂଗ୍ରେସର ହେମାନନ୍ଦ ବିଶ୍ୱାଳ ସାଂସଦ
- ୨୦୧୪ରେ ହକି ତାରକା ଦିଲ୍ଲୀପ ତୀର୍କୀଙ୍କୁ ପ୍ରାର୍ଥୀ କରି ହାରିଥିଲା ବିଜେଡି