ଦ୍ୱିତୀୟ ପର୍ଯ୍ୟାୟରେ ୧୪ ଲକ୍ଷ କ୍ଷୁଦ୍ର ଚାଷୀଙ୍କୁ କାଳିଆ ଟଙ୍କା ବାଂଟିଲେ ମୁଖ୍ୟମନ୍ତ୍ରୀ ! ଏପଟେ କେନ୍ଦ୍ରୀୟ ଯୋଜନାରେ ସାମିଲ ହେଲା ଓଡ଼ିଶା ।

321

କନକ ବ୍ୟୁରୋ : ପ୍ରାୟ ସାଢ଼େ ୩୦ ଲକ୍ଷରେ ପହଂଚିଲା କାଳିଆ ହିତାଧିକାରୀଙ୍କ ସଂଖ୍ୟା । ଆଜି ବରଗଡ଼ରେ ୧୪ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୪ ଲକ୍ଷ ଚାଷୀଙ୍କ ପାଇଁ ୭ଶହ କୋଟି ଟଙ୍କା ପଠାଇଛନ୍ତି ରାଜ୍ୟ ସରକାର । ସେହିପରି ବରଗଡ଼ ଗସ୍ତରେ ୨୧ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଚାଷୀଙ୍କ ପାଇଁ ପୁଣି ଖୁସି ଆଣିଲା ‘କାଳିଆ’ । ୨ୟ ପର୍ଯ୍ୟାୟରେ ମିଳିଲା ପ୍ରୋତ୍ସାହନ ରାଶି । ଠିକ୍ ପୁରୀ ଭଳି ବରଗଡ଼ ସମାବେଶରେ ବି କାଳିଆ ଯୋଜନାକୁ ନେଇ ଚାଷୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବରଗଡ଼ ଇଚ୍ଛାପାଲିରେ ଚାଷୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ‘କାଳିଆ’ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

-ଦ୍ୱିତୀୟ ପର୍ଯ୍ୟାୟରେ ୧୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିଛି ‘କାଳିଆ’ ଟଙ୍କା

-ଚାଷୀଙ୍କ ପାଖକୁ ୭ଶହ କୋଟି ଟଙ୍କା ପଠାଇଛନ୍ତି ରାଜ୍ୟ ସରକାର

-ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କୁ ଦିଆଯାଇଥିଲା ‘କାଳିଆ’ ଟଙ୍କା

-୩ ଲକ୍ଷ ୫୦ ହଜାର ଭୂମିହୀନ ଚାଷୀଙ୍କୁ ବି ଆର୍ଥିକ ପ୍ରୋତ୍ସାହନ ଦେଇଛନ୍ତି ସରକାର

-ବର୍ତମାନ ସୁଦ୍ଧା କାଳିଆ ଯୋଜନାରେ ମୋଟ୍ ୩୦ ଲକ୍ଷ ୪୦ ହଜାର ଚାଷୀ ଉପକୃତ

ଏସବୁ ଭିତରେ କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ୍ ଯୋଜନାଠାରୁ କାଳିଆ ଯୋଜନା ବହୁତ ଭଲ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  । ସେହିପରି କେନ୍ଦ୍ର ଯୋଜନାରେ ୬ ହଜାର ବଦଳରେ ୧୦ ହଜାର ଟଙ୍କା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ।

କାଳିଆ ଯୋଜନାରେ ଚାଷୀଙ୍କ ଆର୍ଥିକ ପ୍ରୋତ୍ସାହନ ବ୍ୟତିତ ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ

-ସୋହେଲା-ନୂଆପଡ଼ା ଏକ୍ସପ୍ରେସ୍ ୱେର ଉଦଘାଟନ

-ରଙ୍ଗାଧର ମେହେର ଉଠାଜଳ ସେଚନ ପ୍ରକଳ୍ପର ଶିଳାନ୍ୟାସ

-ସମ୍ବଲପୁରୀ ସାହିତ୍ୟ ଗବେଷଣା କେନ୍ଦ୍ର ପାଇଁ ଅନୁଦାନ ଭଳି ୨୧ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏସବୁ ବ୍ୟତୀତ ବରଗଡ଼ ଜିଲ୍ଲାରେ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।