କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୫ ଲୋକସଭା ଆସନରେ ହେଉଥିବା ଭୋଟ ଗ୍ରହଣ ମଧ୍ୟରେ ବଲାଙ୍ଗୀର ଲୋକସଭା ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଏହି ନିର୍ବାଚନମଣ୍ଡଳୀ ସମ୍ପର୍କରେ ରାଜ୍ୟରେ ଅନେକ ଦିନ ହେଲାଣି ଚର୍ଚ୍ଚା ଜୋର ଧରିଥିଲା ଅର୍ଥାତ୍ ଏହି ଆସନରେ ଦିଅର-ଭାଉଜ ଲଢେଇ ହେଉଥିବା କାରଣରୁ ରାଜନୈତ ଆଲୋଚନ ପାଇଁ ଖବରର ଉତ୍ସ ପାଲଟିଥିଲା । ତେବେ ଏହି ଆସନରେ ଶାସକ ଦଳ ବିଜେଡି ପକ୍ଷରୁ କଳିକେଶ ନାରାୟଣ ସିଂହଦେଓ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ସଙ୍ଗୀତା ସିଂହଦେଓ ଓ କଂଗ୍ରେସ ପକ୍ଷରୁ ବିରୋଧୀଦଳର ନେତା ନରସିଂହମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ଦଳ ପ୍ରାର୍ଥୀ କରିଛି ।ଏହି ଆସନରେ ପରିବାର ମଧ୍ୟରେ ବଳ କସାକସି ହେଉଥିବା କାରଣରୁ ସାରା ରାଜ୍ୟର ଏହା ଉପରେ ରହିଛି ନଜର । ଆଜିର ମତଦାତା ନିଜର ପ୍ରିୟ ନେତାଙ୍କ ସପକ୍ଷରେ ମତଦାନ ଦେବେ । ବଲଙ୍ଗୀରର କିଏ ହେବ ନେତା ତାହା ଆସନ୍ତା ମାସ ୨୩ରେ ଜଣାପଡିବ । ହେଲେ ଜାଣିରଖନ୍ତୁ ବଲାଙ୍ଗୀର ଲୋକସଭା ଆସନ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ...
ବଲାଙ୍ଗିର ଲୋକସଭା ନିର୍ବାଚନମଣ୍ଡଳୀ

Advertisment

୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧୫ ଲକ୍ଷ ୬୨ ହଜାର ୫୮୭
- ମତ ଦେଇଥିଲେ – ୧୧ ଲକ୍ଷ ୭୦ ହଜାର ୯୬୧
- ଭୋଟଦାନ ହାର – ୭୪.୯୨%

୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
କଳିକେଶ ନାରାୟଣ ସିଂଦେଓ ବିଜେଡି ୪,୫୩,୫୧୯ ବିଜୟୀ
ଶରତ ପଟ୍ଟନାୟକ କଂଗ୍ରେସ ୨,୭୭,୬୧୬ ପରାସ୍ତ
ସଂଗୀତା କୁମାରୀ ସିଂଦେଓ ବିଜେପି ୩,୪୯,୨୨୦ ପରାସ୍ତ

କିଏ ମାରିଥିଲା ବାଜି?
- ବିଜେଡିର କଳିକେଶ ନାରାୟଣ ସିଂହଦେଓ ବିଜୟୀ ହୋଇଥିଲେ
- ୪ ଲକ୍ଷ ୫୩ ହଜାର ୫୧୯ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- ବିଜେପି ପ୍ରାର୍ଥୀ ସଂଗୀତା କୁମାରୀ ସିଂହଦେଓଙ୍କୁ ପରାସ୍ତ କରିଥିଲେ
- ୧ ଲକ୍ଷ ୪ ହଜାର ୨୯୯ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲା ବିଜେଡି
- ୫ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୧୯ର ଲଢେଇ
ବିଜେଡି: କଳିକେଶ ନାରାୟଣ ସିଂହଦେଓ
କଂଗ୍ରେସ: ସମରେନ୍ଦ୍ର ମିଶ୍ର
ବିଜେପି: ସଙ୍ଗୀତା କୁମାରୀ ସିଂହଦେଓ

୨୦୧୯--ବିଜେଡି: କଳିକେଶ ନାରାୟଣ ସିଂହଦେଓ
- ଲଗାତର ୨ଥର ସାଂସଦ
- ପୂର୍ବତନ ବିଧାୟକ
- ପୂର୍ବତନ ରାଜ୍ୟସଭା ସାଂସଦ ଓ ବିଧାୟକ ଅନଙ୍ଗ ଉଦୟ ସିଂଦେଓଙ୍କ ପୁଅ
- ବଲାଙ୍ଗୀର ରାଜ ପରିବାର ସଦସ୍ୟ

୨୦୧୯-- କଂଗ୍ରେସ -- ସମରେନ୍ଦ୍ର ମିଶ୍ର
- ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅ
- ବ୍ୟବସାୟରୁ ରାଜନୀତି
- ପ୍ରଥମଥର ନିର୍ବାଚନ ଲଢୁଛନ୍ତି
- ନିର୍ମଳ ଭାବମୂର୍ତି ଏବଂ ସାଂଗଠନିକ ଦକ୍ଷତା ରହିଛି

୨୦୧୯--ବିଜେପି: ସଙ୍ଗୀତା କୁମାରୀ ସିଂହଦେଓ
- ୩ଥର ସାଂସଦ
- ପାଟଣା ମହାରାଣୀ
- ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ
- ୫ଥର ବିଧାୟକ ତଥା ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓଙ୍କ ପତ୍ନୀ

ମୈଦାନରେ ମହିଳା ପ୍ରାର୍ଥୀ
- ସଙ୍ଗୀତା କୁମାରୀ ସିଂହଦେଓ ( ବିଜେପି )

ନିର୍ବାଚନ ମଣ୍ଡଳୀ ତଥ୍ୟ
- ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ, ବଲାଙ୍ଗୀର, ଟିଟିଲାଗଡ ଏବଂ କଂଟାବାଞ୍ଜିକୁ ନେଇ ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀ
- ବୀରମହାରାଜପୁର, କଂଟାବାଞ୍ଜି, ଲୋଇସିଂହା, ସୋନପୁର ଓ ଟିଟିଲାଗଡ ବିଜେଡି ଦଖଲରେ ରହିଛି ।
- ବଲାଙ୍ଗୀର କଂଗ୍ରେସ ଦଖଲରେ ରହିଛି ।
- ପାଟଣାଗଡ ବିଜେପି ଦଖଲରେ ରହିଛି ।

ମୁହାଁମୁହିଁ ପ୍ରାର୍ଥୀ
- ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ୨୦୦୯ ଏବଂ ୨୦୧୪ରେ ଲଗାତର ସାଂସଦ

- ୩ଥରର ସାଂସଦ ତଥା ପାଟଣା ମହାରାଣୀ ସଙ୍ଗୀତା କୁମାରୀ ସିଂହଦେଓ ଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେପି

- କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଜଣେ ଯୁବ ସଂଗଠକ ଏବଂ ଦଳର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ପୁଅ

ବଲାଙ୍ଗୀର ଲୋକସଭା ଆସନ
- ୧୯୭୧ରେ ଗଠନ ହୋଇଛି ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀ
- ବିଜେପିରୁ ସଙ୍ଗୀତା କୁମାରୀ ସିଂଦେଓ ୩ଥର ସାଂସଦ
- କଂଗ୍ରେସରୁ ଶରତ ପଟ୍ଟନାୟକ ୨ଥର ସାଂସଦ
- ବିଜେଡିରୁ କଳିକେଶ ନାରାୟଣ ସିଂଦେଓ ୨ଥର ସାଂସଦ
- ୨୦୧୯ରେ ଦିଅର-ଭାଉଜ ଲଢେଇ ହେଉଛି