ନଭେମ୍ବର ୨ରୁ ୧୭ଟି ରୁଟ୍‌ରେ ଚାଲିବ ‘ମୋ ବସ୍‌’ : ପୂର୍ବ ସମୟ ଧାର୍ଯ୍ୟ ଅନୁଯାୟୀ ବସ୍‌ ଚାଲିବ

195

କନକ ବ୍ୟୁରୋ : କରୋନା ପାଇଁ ରାଜଧାନୀରେ ‘ମୋ ‌ବସ୍‌’ ସେବା ପ୍ରଭାବିତ ହୋଇଥିବାବେଳେ ନଭେମ୍ବର ୨ରୁ ଅଧିକ ବସ୍‌ ଚଲାଇବାକୁ କ୍ରୁଟ୍‌ ନିଷ୍ପତ୍ତି ନେଇଛି । ଏବେ ଯେଉଁ ସବୁ ରୁଟ୍‌ରେ ବସ୍‌ ଚାଲୁଛି ସେଥିରେ ଅଧିକ ଯାତ୍ରୀ ହେଉଥିବାରୁ ଆଉ ୧୭ଟି ରୁଟ୍‌ରେ ବସ୍‌ ଚଲାଇବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ସୋମବାର ଠାରୁ ପୂର୍ବ ଧାର୍ଯ୍ୟ ସମୟ ଅନୁଯାୟୀ ବସ୍‌ ଚାଲିବ ବୋଲି କୁହାଯାଇଛ ।

କ୍ରୁଟ୍‌ର ସୂଚନା ଅନୁଯାୟୀ, ରୁଟ୍‌-୧୧ରେ ନନ୍ଦନବିହାରରୁ ବାଳକାଟି, ରୁଟ୍‌-୧୨ରେ ମାଷ୍ଟରକ୍ୟାଣ୍ଟିନରରୁ ନନ୍ଦନକାନନ, ରୁଟ୍‌-୧୬ରେ ମାଷ୍ଟରକ୍ୟାଣ୍ଟିନରୁ କଟକର ବିଜୁ ପଟ୍ଟନାୟକ ପାର୍କ, ରୁଟ୍‌-୧୭ରେ ଭୁବନେଶ୍ୱର ବିମାନବନ୍ଦରରୁ ବାରବାଟୀ ଷ୍ଟାଡିୟମ, ରୁଟ୍‌-୧୮ରେ ବରମୁଣ୍ଡାରୁ ଜଗତପୁର, ରୁଟ୍‌-୧୯ରେ ଏମ୍‌ସରୁ ଓଏମ୍‌ପି ଛକ, ରୁଟ୍‌-୨୦ରେ ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଭାୟା ବାଣୀବିହାର, ରୁଟ୍‌-୨୨ରେ ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଭାୟା ଜଟଣୀ, ରୁଟ୍‌-୨୩ରେ ମାଷ୍ଟରକ୍ୟାଣ୍ଟିନରୁ ସମ୍‌ ହସ୍ପିଟାଲ, ରୁଟ୍‌-୨୪ରେ କଳିଙ୍ଗ ବିହାରରୁ ସାଇ ମନ୍ଦିର, ରୁଟ୍‌-୨୫ରେ ଡୁମୁଡୁମାରୁ ମଞ୍ଚେଶ୍ୱର, ରୁଟ୍‌-୨୭ରେ ମାଷ୍ଟରକ୍ୟାଣ୍ଟିନରୁ ଏମ୍‌ସ, ରୁଟ୍‌-୨୮ରେ ମାଷ୍ଟରକ୍ୟାଣ୍ଟିନରୁ ଘାଟିକିଆ, ରୁଟ୍‌-୩୦ରେ ମାଷ୍ଟରକ୍ୟାଣ୍ଟିନରୁ ଗୋଠପାଟଣା, ରୁଟ୍‌-୩୩ରେ ମାଷ୍ଟରକ୍ୟାଣ୍ଟିନରୁ ପିପିଲି, ରୁଟ୍‌-୫୦ରେ ମାଷ୍ଟରକ୍ୟାଣ୍ଟିନରୁ ପୁରୀ ବସଷ୍ଟାଣ୍ଡ, ରୁଟ୍‌-୭୦ରେ ମାଷ୍ଟରକ୍ୟାଣ୍ଟିନରୁ କୋଣାର୍କକୁ ବସ୍‌ ଚାଲିବ ।