ମହଙ୍ଗା ପଡିଲା ତୃତୀୟ ବିବାହ । ବିବାହ କରିବାକୁ ଯାଉଥିବା ବେଳେ ବରକୁ ବାହାବେଦିରୁ ଉଠାଇନେଲା ପୋଲିସ, ଦ୍ୱିତୀୟ ପତ୍ନୀଙ୍କ ଅଭିଯୋଗ ଆଧାରରେ ସ୍ୱାମୀଙ୍କୁ ଗିରଫ କଲା ଖୋର୍ଦ୍ଧା ପୋଲିସ

629

କନକ ବ୍ୟୁରୋ : ବାହାବେଦୀରୁ ବରକୁ ଉଠାଇ ନେଲା ପୁଲିସ । ଘରେ ସ୍ତ୍ରୀ ଥାଉ ଥାଉ ପୁଣିଥରେ ବିବାହ କରି ହଟହଟା ହେଲେ ସ୍ୱାମୀ । ଏହି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ । ତୃତୀୟ ବିବାହ କରିବା ସମୟରେ ବରକୁ ବାହାବେଦୀରୁ ଗିରଫ କରିଛି ଧଳାପଥର ଫାଣ୍ଡି ପୋଲିସ । ପୁରା ଘଟଣା କିଛି ଏହିପରି । ବୋଲଗଡ ଥାନା ଅଧିନସ୍ଥ ମାଗୁରାର ଶିବପ୍ରସାଦ ମଙ୍ଗରାଜ ତୃତୀୟ ବିବାହ କରୁଥିଲେ ।

ଧବଳେଶ୍ୱରଙ୍କ ପୀଠରେ ଫତେଗଡର ଜଣେ କନ୍ୟାଙ୍କ ସହିତ ହେଉଥିଲା ତାଙ୍କର ତୃତୀୟ ବିବାହ । ଏପରି କି କନ୍ୟାପକ୍ଷ ଲୋକଙ୍କୁ ପୂର୍ବରୁ ବିବାହିତ ବୋଲି ଜଣାଇନଥିଲେ ଶିବ ପ୍ରସାଦ । ହେଲେ କୌଣସି ସୂତ୍ରରୁ ଶିବପ୍ରସାଦ ବିବାହ କରୁଥିବା ଖବର ପାଇ ଧଳାପଥର ଫାଣ୍ଡିରେ ଅଭିଯୋଗ କରିଥିଲେ ଶିବପ୍ରସାଦଙ୍କ ଦ୍ୱିତୀୟ ପତ୍ନୀ । ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଂଚି ଶିବପ୍ରସାଦଙ୍କୁ ଉଠାଇ ନେଇଛି ।