ଝାରସୁଗୁଡ଼ାରେ ପ୍ରଥମଥର ପାଇଁ ଉତ୍କଳ କେମିଷ୍ଟ୍ ଆଣ୍ଡ୍ ଡ୍ରଗିଷ୍ଟ ଅସୋସିଏସନର ଦ୍ୱିତୀୟ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ । ମୁଖ୍ୟ ଅତିଥି ଭାବେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ।

Advertisment
ଝାରସୁଗୁଡ଼ାରେ ପ୍ରଥମଥର ପାଇଁ ଉତ୍କଳ କେମିଷ୍ଟ୍ ଆଣ୍ଡ୍ ଡ୍ରଗିଷ୍ଟ ଅସୋସିଏସନର ଦ୍ୱିତୀୟ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ । ମୁଖ୍ୟ ଅତିଥି ଭାବେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ।

କନକ ବ୍ୟୁରୋ: ଝାରୁସୁଗୁଡ଼ାରେ ପ୍ରଥମଥର ପାଇଁ ଜିଲ୍ଲା କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ସଂଘ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି ଉତ୍କଳ କେମିଷ୍ଟ୍ ଆଣ୍ଡ୍ ଡ୍ରଗିଷ୍ଟ ଅସୋସିଏସନର ଦ୍ୱିତୀୟ କାର୍ଯ୍ୟନିର୍ବାହୀ ବୈଠକ । ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଯୋଗଦେଇଥିଲେ । ସେହପରି ଉତ୍କଳ କେମିଷ୍ଟ୍ ଆଣ୍ଡ୍ ଡ୍ରଗିଷ୍ଟ ଅସୋସିଏସନର ରାଜ୍ୟ ସଭାପତି ପି, ସତ୍ୟନରାୟଣ, ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମହାପାତ୍ର, ଝାରସୁଗୁଡ଼ା ଜିଲ୍ଲା ସଂଘର ସଭାପତି ଜୟନ୍ତ କୁମାର ଦିକ୍ଷୀତ୍ ପ୍ରମୁଖ ଯୋଗଦେଇଥିଲେ ।

publive-imageଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପାଖାପାଖି ୧୯୦ ଜଣ ସଦସ୍ୟ ଯୋଗଦେଇଥିଲେ । ଝାରସୁଗୁଡ଼ା ହୋଟେଲ ବିଷ୍ଣୁ ପ୍ୟାଲେସରେ ଅନୁଷ୍ଠିତ ଏହି ଉତ୍କଳ କେମିଷ୍ଟ୍ ଆଣ୍ଡ୍ ଡ୍ରଗିଷ୍ଟ ଅସୋସିଏସନର ଦ୍ୱିତୀୟ କାର୍ଯ୍ୟନିର୍ବାହୀ ବୈଠକରେ ଜିଲ୍ଲା କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ସଂଘର ସମ୍ପାଦକ ପ୍ରଦୀପ ସୁକୁନିଆ ଧନ୍ୟବାଦ ଅଭିଭାଷଣ ରଖିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe