କନକ ବ୍ୟୁରୋ: ଝାରୁସୁଗୁଡ଼ାରେ ପ୍ରଥମଥର ପାଇଁ ଜିଲ୍ଲା କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ସଂଘ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି ଉତ୍କଳ କେମିଷ୍ଟ୍ ଆଣ୍ଡ୍ ଡ୍ରଗିଷ୍ଟ ଅସୋସିଏସନର ଦ୍ୱିତୀୟ କାର୍ଯ୍ୟନିର୍ବାହୀ ବୈଠକ । ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଯୋଗଦେଇଥିଲେ । ସେହପରି ଉତ୍କଳ କେମିଷ୍ଟ୍ ଆଣ୍ଡ୍ ଡ୍ରଗିଷ୍ଟ ଅସୋସିଏସନର ରାଜ୍ୟ ସଭାପତି ପି, ସତ୍ୟନରାୟଣ, ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମହାପାତ୍ର, ଝାରସୁଗୁଡ଼ା ଜିଲ୍ଲା ସଂଘର ସଭାପତି ଜୟନ୍ତ କୁମାର ଦିକ୍ଷୀତ୍ ପ୍ରମୁଖ ଯୋଗଦେଇଥିଲେ ।
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପାଖାପାଖି ୧୯୦ ଜଣ ସଦସ୍ୟ ଯୋଗଦେଇଥିଲେ । ଝାରସୁଗୁଡ଼ା ହୋଟେଲ ବିଷ୍ଣୁ ପ୍ୟାଲେସରେ ଅନୁଷ୍ଠିତ ଏହି ଉତ୍କଳ କେମିଷ୍ଟ୍ ଆଣ୍ଡ୍ ଡ୍ରଗିଷ୍ଟ ଅସୋସିଏସନର ଦ୍ୱିତୀୟ କାର୍ଯ୍ୟନିର୍ବାହୀ ବୈଠକରେ ଜିଲ୍ଲା କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ସଂଘର ସମ୍ପାଦକ ପ୍ରଦୀପ ସୁକୁନିଆ ଧନ୍ୟବାଦ ଅଭିଭାଷଣ ରଖିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/5a8f8b76-5bbb-4b93-ada7-ed4c8353e757.jpg)