ଦ୍ୱିତୀୟ ଦିନରେ ବି ଚାଲି ପାରିଲାନି ବିଧାନସଭା : ଏଥିପାଇଁ ଦାୟୀ କିଏ ?

78

କନକ ବ୍ୟୁରୋ : ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ବି ଚାଲିପାରିଲାନି ଗୃହ । ମମିତା ମେହେର ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ମାତ୍ର ଦୁଇ ମିନିଟରେ ଗୃହକୁ ମୂଲତବୀ କଲେ ବାଚସ୍ପତି । ଅପରାହ୍ନ ୪ଟା ଯାଏ ମୁଲତବୀ ରହିବ ଗୃହ । ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ମୁଲତବୀ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ବାଚସ୍ପତି ଜାଣିଶୁଣି ପାତରଅନ୍ତର କରି ଗୃହକୁ ମୁଲତବୀ କରିଥିବା ଅଭିଯୋଗ କରିଛନ୍ତି ଓ ଗୃହ ବାହାରେ ପ୍ରତିବାଦ କରିଛନ୍ତି ବିଜେପି ବିଧାୟକ । ଗୃହକୁ ଏତେ ସମୟ ପାଇଁ କାହିଁକି ମୁଲତବୀ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ।

ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହେଲା। ବିଧାନସଭାର ଶୀତ ଅଧିବେଶନର ଦ୍ବିତୀୟ ଦିନରେ ବି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ଝଡ଼ ବହିଲା। ଗୃହ ବାହାରେ ଓ ଭିତରେ ଏହାର ପ୍ରଭାବ ଦେଖିବାକୁ ମିଳିଲା । ପ୍ରଥମ ଦିନ ଗୃହର କାର୍ଯ୍ୟ କମ୍ ସମୟ ପାଇଁ ଥିବାରୁ ଏହି ଝଡ଼ ବାଧା ସୃଷ୍ଟି କରିପାରି ନ ଥିଲା । କିନ୍ତୁ ଅଧିବେଶନରେ ଆଗାମୀ ଦିନରେ ଏହା ଯେ ମହାବାତ୍ୟାର ରୂପ ନେବ, ତାହାର ସ୍ପଷ୍ଟ ସଙ୍କେତ ବୁଧବାର ମିଳିଥିଲା । ଏଣେ ଆଜି ପୁଣି ଗୃହ ବାହାରେ କେନ୍ଦ୍ର ଅବହେଳାର ନାରା ଦେଇଛି ବିଜେଡି । ବିଜେଡି ବିଧାୟକମାନେ ରନ୍ଧନ ଗ୍ୟାସ ଦର ବୃଦ୍ଧି ନେଇ କେନ୍ଦ୍ର ସରକାର ଦାୟୀ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରୁଛନ୍ତି । ସେପଟେ ବିଜେଡି କହିଛି ସ୍ୱାଭାବିକ ହେଉ ଗୃହ। ବିରୋଧୀ ବିଧାନସଭାକୁ ଚଳାଇ ଦେଉନାହାନ୍ତି । ଆମେ ଚାହୁଁଛୁ ସ୍ୱାଭାବିକ ହେଉ ଗୃହ ।