ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ । ପ୍ରଶ୍ନକାଳ ବାତିଲକୁ ବିରୋଧ, କରୋନା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ କଂଗ୍ରେସ ବିଧାୟକ । 

61

କନକ ବ୍ୟୁରୋ : ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭ । ସ୍ୱାଭାବିକ ଭାବେ ଆରମ୍ଭ ହେଲା ଗୃହକାର୍ଯ୍ୟ । କରୋନା ମହାମାରୀ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳତା ନେଇ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିବା ପରେ ଆରମ୍ଭ ହେଲା ଗୃହକାର୍ଯ୍ୟ । ତେବେ ପ୍ରଥମ ଘଣ୍ଟା ପ୍ରଶ୍ନକାଳ ବାତିଲକୁ କଂଗ୍ରେସ ବିରୋଧ କରିବା ସହ ଏହା ଗୃହର ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେହିଭଳି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମଧ୍ୟ ପ୍ରଶ୍ନକାଳ ବାତିଲ ପ୍ରସଙ୍ଗକୁ ଉଦବେଗ ପ୍ରକାଶ କରିଛନ୍ତି । ପ୍ରଶ୍ନକାଳ ବାତିଲ ନେଇ ବାଚସ୍ପତି ଗୃହରେ କହିପାରିଥାନ୍ତେ କିନ୍ତୁ ଘରେ ବସି ଏଭଳି ନିଷ୍ପତି ନେବା ଗୃହର ବିଧିକୁ କ୍ଷୂର୍ଣ୍ଣ କରୁଛି ବୋଲି କହିଛନ୍ତି ।

ତେବେ କରୋନା ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କୋଭିଡ ସମୟରେ ସାରା ରାଜ୍ୟରେ ପ୍ରବାସୀ ମାନେ ଫେରିଥିଲେ କିନ୍ତୁ ଯେପରି ରଖିବା କଥା ସରକାର ରଖିପାରିଲେନି ।ବାହାର ରାଜ୍ୟକୁ ଗଲେ କାମ ମିଳିବ ବୋଲି ବିଶ୍ୱାସ ରଖି ଯାଉଛନ୍ତି। ଓଡ଼ିଶାରେ ଫ୍ୟାକ୍ଟ୍ରିଗୋଟେ ହୋଇ ପାରିଲାନି। ରାଜ୍ୟର କର୍ମସଂସ୍ଥାନ ସୁଯୋଗ ସୃଷ୍ଟି ହୋଇ ନପାରିଥିବା କହି ସମାଲୋଚନା କରିଛନ୍ତି ବିରୋଧୀଦଳ ନେତା। କର୍ମସଂସ୍ଥାନ ଯୋଗାଇଥିଲେ ବାହାରକୁ ଯାଇନଥାନ୍ତେ ଓଡିଶା ଲୋକ। ୧୬ ଲକ୍ଷ ଯୁବକ ଯୁବତୀ କାମ ନପାଇ ଏବେ ବେକାର ହୋଇ ବୁଲୁଛନ୍ତିି ବୋଲି କହିଛନ୍ତି ପ୍ରଦୀପ୍ତ ।

ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା ବଲାଙ୍ଗୀର କୋଭିଡ ସେଣ୍ଟରରେ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇ ଏହାର ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯର୍୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଅନ୍ୟପଟେ କରୋନା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । କରୋନା ପ୍ରସଙ୍ଗରେ ସରକାର ତଥ୍ୟ ଲୁଚାଇବା ସହ ତଥ୍ୟ ସଂଗ୍ରହ ନାଁରେ ଚୁପ୍ ରହୁଛନ୍ତି ।  ଲୋକେ ମରୁଛନ୍ତି କିନ୍ତୁ ସରକାର ତଥ୍ୟ ଲୁଚାଉଛନ୍ତି ।  ପ୍ରତିଦିନ ୧୦ ହଜାର ଲୋକ ସଂକ୍ରମିତ ହେଉଛନ୍ତି, ସରକାର କହୁଛନ୍ତି ୩ ହଜାରରୁ ୪ ହଜାର। ବିଧାନସଭାରେ ମୋଟ ୧୦୩୭ ଟେଷ୍ଟ ହୋଇଥିଲା ଯେଉଁଥିରୁ ୧୮୪ ପଜିଟିଭ ବାହାରିଛି । ଯାହାକି ହାରାହାରି ୧୮ ପ୍ରତିଶତ । ଏହି ତଥ୍ୟକୁ ଦେଖିଲେ ୭୨ ଲକ୍ଷ ଲୋକ ପଜିଟିଭ ବାହାରିବେ। କିନ୍ତୁ ସରକାର ତଥ୍ୟ ଲୁଚାଉଛନ୍ତିି। କେତେ ଟିଏମସି ହେଲା,କେତେ ଖର୍ଚ୍ଚ ହେଲା,ଟିଏମସିରେ କେତେ ଟେଷ୍ଟ ହେଲା ସେ ତଥ୍ୟ ଦେଉନାହାନ୍ତି ସରକାର । ଆଉ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।