କନକ ବ୍ୟୁରୋ: ଆଜି ଦ୍ୱିତୀୟ ଦିନରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଜଗନ୍ନାଥ । କରୋନା ଯୋଗୁଁ ୯ ମାସ ଧରି ବନ୍ଦ ରହିବା ପରେ ଗତକାଲି ଭକ୍ତଙ୍କ ପାଇଁ ଖୋଲିଥିଲା ମନ୍ଦିର । କରୋନା କଟକଣା ମଧ୍ୟରେ ଚାଲିଛି ଦର୍ଶନ । ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ କରୋନା ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି ।
ଆଜିଠାରୁ ଖୋଲିଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ମନ୍ଦିର । ଦୀର୍ଘ ୯ମାସ ପରେ ଖୋଲିଛି ମାଙ୍କ ମନ୍ଦିର । ମାଙ୍କ ଦର୍ଶନ ପାଇଁ ମନ୍ଦିରେ ଭକ୍ତ ଲାଇନ ଲଗେଇଛନ୍ତି । କରୋନା କଟକଣାକୁ ମାନି ମାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । କରୋନା କଟକଣା ପାଇଁ ବନ୍ଦ ଥିଲା ମନ୍ଦିର । ହଜାର ହଜାର ଶଦ୍ଧାଳୁ ମାଙ୍କ ଦର୍ଶନରୁ ବଂଚିତ ହୋଇଥିଲେ । ଏହା ସହ ଆଜି ଠାରୁ ଗଂଜାମ ଜିଲ୍ଲାର ସମସ୍ତ ମନ୍ଦିର ଖୋଲିଛି ।
Follow Us
/kanak/media/post_attachments/wp-content/uploads/2021/01/Screen-Shot-2021-01-04-at-9.21.19-AM.png)