ଜମୁଛି ବରଗଡ଼ ଧନୁଯାତ୍ରା । କାରାଗାରରେ ଜନ୍ମହେଲେ ଶ୍ରୀକୃଷ୍ଣ, କଂସଙ୍କ କୋପରୁ ଅଷ୍ଟମ ଗର୍ଭ ସନ୍ତାନକୁ ବଞ୍ଚାଇବା ପାଇଁ ଗୋପପୁର ନେଲେ ବାସୁଦେବ ।

ଜମୁଛି ବରଗଡ଼ ଧନୁଯାତ୍ରା । କାରାଗାରରେ ଜନ୍ମହେଲେ ଶ୍ରୀକୃଷ୍ଣ, କଂସଙ୍କ କୋପରୁ ଅଷ୍ଟମ ଗର୍ଭ ସନ୍ତାନକୁ ବଞ୍ଚାଇବା ପାଇଁ ଗୋପପୁର ନେଲେ ବାସୁଦେବ ।

କନକ ବ୍ୟୁରୋ : ଜମୁଛି ବରଗଡ ଧନୁଯାତ୍ରା, କାରାଗାରରେ ଜନ୍ମହେଲେ ଶ୍ରୀକୃଷ୍ଣ । କଂସଙ୍କ କୋପରୁ ଅଷ୍ଟମ ଗର୍ଭ ସନ୍ତାନକୁ ବଂଚାଇବା ପାଇଁ ଗୋପପୁର ନେଲେ ବାସୁଦେବ । ଏପଟେ କଂସ ଦରବାରରେ ନାଚଗୀତର ଆସର ଜମିଛି । ବରଗଡ଼ ଧନୁଯାତ୍ରାର ଦ୍ୱିତୀୟ ଦିବସରେ ମହାରାଜ କଂସ ନଗର ଭ୍ରମଣରେ ବାହାରିଥିବା ବେଳେ ପ୍ରଜାଙ୍କ ମନୋରଂଜନ ପାଇଁ ରଙ୍ଗମହଲର ଉଦଘାଟନ କରିଛନ୍ତି ।

ଅନ୍ୟପଟେ କାରାଗାରରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ହୋଇଛନ୍ତି । ଦୈବୀବାଣୀ ପରେ ଦେବକୀଙ୍କ ଗର୍ଭର ସମସ୍ତ ସନ୍ତାନକୁ କଂସ ହତ୍ୟା କରୁଥିବାରୁ, ଅଷ୍ଟମ ଗର୍ଭର ସନ୍ତାନକୁ ବଂଚାଇବାକୁ ବାସୁଦେବ ନବଜାତ ଶ୍ରୀକୃଷ୍ଣକୁ ଧରି ଗୋପପୁର ଯାଇଛନ୍ତି । ମୁକ୍ତାକାଶ ରଙ୍ଗମଞ୍ଚରେ ଏହି ଦୃଶ୍ୟ ଅଭିନୀତ ହୋଇଛି । କୃଷ୍ଣଙ୍କ ଜନ୍ମକୁ ନେଇ ଗୋପପୁରର ନନ୍ଦ ରାଜାଙ୍କ ଘରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଆଜି ତୃତୀୟ ଦିନରେ ମହାରାଜ କଂସ ଶ୍ୟାମେଶ୍ୱର ମହାଦେବଙ୍କ ଦର୍ଶନ କରିବା ସହ ବିଜୁଳି କନ୍ୟାର ଶୂନ୍ୟବାଣୀ ଶ୍ରୀକୃଷ୍ଣଙ୍କୁ ମାରିବାକୁ ଗୋପକୁ ଷଡମଲ୍ଲ ଏବଂ ପୁତନାକୁ ପ୍ରେରଣ କରିବାର ଦୃଶ୍ୟ ପରିବେଷଣ କରାଯିବ । ୧୧ ଦିନ ଧରି ବରଗଡ଼ ଧନୁଯାତ୍ରା ଚାଲିବାକୁ ଥିବା ବେଳେ ଏହି ଅବସରରେ ମେଳା ଓ ମୀନାବଜାରର ଆସର ଜମିଛି । ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବରଗଡ଼ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe