ଆରମ୍ଭ ହେଲା କରୋନାର ବଡ଼ ଡ୍ରାଏ ରନ୍ : ଜାଣନ୍ତୁ ଡ୍ରାଏ ରନ୍ କ’ଣ ? କେମିତି ହୁଏ ଏହି ଡ୍ରାଏ ରନ୍ ?

147

କନକ ବ୍ୟୁରୋ : କରୋନା ଟିକାକରଣ ପୂର୍ବରୁ ମହାଅଭ୍ୟାସ । ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ । ତେବେ ତା ପୂର୍ବରୁ ଦେଶର ସବୁ ଜିଲ୍ଲାରେ ଆଜି ପୁଣିଥରେ ଟିକାକରଣର ବଡ ଡ୍ରାଏ ରନ ହୋଇଛି ।

ଡ୍ରାଏରନ ପ୍ରକ୍ରିୟା କଣ ? ଡ୍ରାଏରନର ଟିକାକରଣ କିଭଳି କରାଯାଏ ତାର ରିହର୍ସଲ କରାଯାଇଥାଏ ?

  • ଡ୍ରାଏ ରନରେ ହସପିଟାଲ ଯାଏଁ ଯିବା, ଲୋକଙ୍କୁ ଡାକିବା ଭଳି ଅଭ୍ୟାସ କରାଯାଇଥାଏ
  • ଡୋଜ ଦିଆଯିବାର ପୁରା ପ୍ରକ୍ରିୟା ପାଳନ କରାଯାଇଥାଏ
  • ଟିକାର ଷ୍ଟୋରେଜ, ବିତରଣ ପ୍ରସ୍ତୁତିର ନୀରିକ୍ଷଣ ହୁଏ
  • ଜିଲ୍ଲାର ବଡ ହସପିଟାଲ ଓ ସ୍ଥାନରେ ଡ୍ରାଏରନ ହୁଏ
  • ଆଜି ଦେଶର ୭୩୬ ଜିଲ୍ଲାରେ ଡ୍ରାଏ ରନ
  • ଆଜିର ଡ୍ରାଏରନ ବେଳେ ଉପସ୍ଥିତ ରହିବେ ସ୍ୱାସ୍ଥ୍ୟ ଅଧିକାରୀ