ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଆରମ୍ଭ ହେବ ଅନୁଧ୍ୟାନ : ଆଜି ଆସୁଛନ୍ତି କେନ୍ଦ୍ର ଓ ରାଜ୍ୟର ବୈଷୟିକ ଟିମ୍

ନିର୍ମାଣଧୀନ ଏନଟିପିସି ମେଡିକାଲ କଲେଜରେ ଭିତିଭୂମିର କରିବେ ଅନୁଧ୍ୟାନ

258

କନକ ବ୍ୟୁରୋ : ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଆଜି ଠାରୁ ଆରମ୍ଭ ହେବ ଅନୁଧ୍ୟାନ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ବୈଷୟିକ ଟିମ୍ ସୁନ୍ଦରଗଡ଼ ଗସ୍ତରେ ଯିବେ । ଏଠାରେ ନିର୍ମାଣଧୀନ ଏନଟିପିସି ମେଡ଼ିକାଲ କଲେଜ ଓ ହସ୍ପିଟାଲର ଭିତିଭୂମି ଏମ୍ସ ଏଥିପାଇଁ ପ୍ରଜୁଯ୍ୟ ହେବ କି ନାହିଁ ତାର ଅନୁଧ୍ୟାନ କରିବେ । ଅନୁଧ୍ୟାନ ପରେ ଏ ସମ୍ପର୍କରେ କେନ୍ଦ୍ରକୁ ରିପୋର୍ଟ ଦେବେ ।

ଏହି ଟିମରେ ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶିକା, ଦିଲ୍ଲୀ ଏମ୍ସର ଅଧିକ୍ଷକ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଭେଷଜ ଶିକ୍ଷା ନିର୍ଦ୍ଦେଶକଙ୍କ ସହ ରାଜ୍ୟ ସରକାରଙ୍କ ଭେଷଜ ଶିକ୍ଷା ଓ ତାମିଲ ନିର୍ଦ୍ଦେଶାଳୟର ଡାକ୍ତର ସିବିକେ ମହାନ୍ତି, ବ୍ରଜ କିଶୋର ଦାସ, ପ୍ରକାଶ ଚନ୍ଦ୍ର ମହାନ୍ତି ଏବଂ ଭୁବନେଶ୍ୱର ଏମ୍ସର ଉପ ନିର୍ଦ୍ଦେଶକ ପ୍ରମୁଖ ରହିଛନ୍ତି । ସୁନ୍ଦରଗଡରେ ରାଜ୍ୟର ଦ୍ୱତୀୟ ଏମ୍ସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେବାସହ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ।