ବାତ୍ୟା ‘ୟାସ୍’ ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା : ୨ ଜଣଙ୍କ ମୃତ୍ୟୁ ସୂଚନା ମିଳିଥିବା କହିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର୍

383

କନକ ବ୍ୟୁରୋ : ବାତ୍ୟା ‘ୟାସ୍’ ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୨ ଜଣଙ୍କ ମୃତ୍ୟୁ ସୂଚନା ମିଳିଥିବା କହିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର୍ । ବାଲେଶ୍ୱରରେ ଜଣେ ଓ କେନ୍ଦୁଝରରେ ଜଣକର ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲାରେ ଜଣେ ଯୁବକ ବାତ୍ୟା ଆଶ୍ରୟସ୍ଥଳୀରେ ଥିଲେ । ଜବରଦସ୍ତି ଘରକୁ ଗଲାବେଳେ ଗଛ ପଡ଼ି ତାଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝରରେ ଗଛ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ମିଡ଼ିଆରୁ ଜାଣିଛୁ । ତଦନ୍ତ କରି ମୃତ୍ୟୁର କାରଣ ସ୍ପଷ୍ଟ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି ।

ବାତ୍ୟା ‘ୟାସ’ରେ କେନ୍ଦୁଝର ଜିଲ୍ଲାରେ ଗଛ ଡ଼ାଳ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କେନ୍ଦୁଝର ଘସିପୁରା ଥାନା ପଂଚୁପଲ୍ଲା ଗାଁର ପୁର୍ଣ୍ଣଚନ୍ଦ୍ର ନାୟକଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ ପାଖରେ ଥିବା ମଠରୁ ପୂଜା ସାରି ଘରକୁ ଫେରୁଥିବା ବେଳେ ରାସ୍ତାରେ ଏକ ବରଗଛ ଡ଼ାଳ ଭାଙ୍ଗି ତାଙ୍କ ମୁଣ୍ଡରେ ପଡ଼ିଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଡ଼ାକ୍ତରଖାନା ପଠାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।