କେନ୍ଦ୍ରାପଡା ଜମ୍ବୁ ମେରାଇନ ଥାନା ଅଂଚଳରେ ଫାଟିଲା ଗ୍ୟାସ୍ ସିଲିଣ୍ଡର: ଜଳିଗଲେ ସାମୁଦ୍ରିକ ଥାନାର ୨ ବୋଟ ମ୍ୟାନ; ଜଣେ ମୃତ, ଅନ୍ୟ ଜଣେ ଗୁରୁତର

Advertisment
କେନ୍ଦ୍ରାପଡା ଜମ୍ବୁ ମେରାଇନ ଥାନା ଅଂଚଳରେ ଫାଟିଲା ଗ୍ୟାସ୍ ସିଲିଣ୍ଡର: ଜଳିଗଲେ ସାମୁଦ୍ରିକ ଥାନାର ୨ ବୋଟ ମ୍ୟାନ; ଜଣେ ମୃତ, ଅନ୍ୟ ଜଣେ ଗୁରୁତର

କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜମ୍ବୁ ମେରାଇନ୍ ଥାନା ଅଧୀନରେ ଥିବା ଖରିନାସୀ ଗାଁରେ ଅଘଟଣ । ଗ୍ୟାସ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏମାନେ ଦୁଇଜଣ ସାମୁଦ୍ରିକ ଥାନାର ବୋଟ ମ୍ୟାନ ବୋଲି ଜଣାପଡ଼ିଛି । ଗ୍ୟାସ ଟାଙ୍କି ରୋଷେଇ ପାଇଁ ଉପଲବ୍ଧ ଥିବା ବେଳେ ଅଗ୍ନିକାଣ୍ଡ ହୋଇଥିଲା । ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତି କରାଯାଇଛି ।

publive-image

ପ୍ରାଥମିକ ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ଆଠଟା ପରେ ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ଜମ୍ବୁ ମେରାଇନ୍ ଥାନା ବୈଷୟିକ ଷ୍ଟାଫଗାର୍ଡ ରୁମରେ ଅଗ୍ନିକାଣ୍ଡ ଯୋଗୁଁ ଜଣେ କର୍ମଚାରୀଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତ କର୍ମଚାରୀ ଜଣକ ହେଲେ ନୟାଗଡ଼ ନିବାସୀ ୪୦ ବର୍ଷିୟ ପ୍ରକାଶଚନ୍ଦ୍ର ସମାନ୍ତରାୟ। ଆହତ ହୋଇ କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ପଠାଯାଇଥିବା କର୍ମଚାରୀ ଜଣକ ହେଉଛନ୍ତି ବ୍ରହ୍ମପୁରର ସୁଶାନ୍ତ କୁମାର ସାହୁ। ଦୁହେଁ ପୂର୍ବରୁ ସେନାବାହିନୀରେ କାମ କରୁଥିଲେ। ଏବେ ସେମାନେ ଜମ୍ବୁ ସାମୁଦ୍ରିକ ଥାନାର ବୋଟ୍ ମ୍ୟାନ୍ ଭାବେ କାର୍ଯ୍ୟରତ ଥିଲେ।

publive-image

ରୋଷେଇ ପାଇଁ ବ୍ୟବହୃତ ଏଲପିଜି ଗ୍ୟାସ୍ ଟାଙ୍କି ଫାଟିବାରୁ ଖରିନାସୀ ଗାଁରେ ଏଭଳି ଦୁଃଖଦାୟକ ଘଟଣା ଘଟିଛି। ସକାଳେ ରୋଷେଇ କରୁଥିବା ବେଳେ କୌଣସି କାରଣରୁ ଗ୍ୟାସ୍ ଟାଙ୍କି ଫାଟି ଯାଇ ସମଗ୍ର ଘରେ ନିଆଁ ଚରିଯାଇଥିଲା। ଘଟଣାସ୍ଥଳରେ ପ୍ରକାଶଙ୍କର ମୃତ୍ୟୁ ଘଟିଥିବା ବେଳେ ସୁଶାନ୍ତଙ୍କ ଶରୀରର ୯୦ ଭାଗ ପୋଡ଼ି ଯାଇଛି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe