କନକ ବ୍ୟୁରୋ : ଗଂଜେଇ ଚାଲାଣ ବେଳେ ପୁଲିସକୁ ଚକମା ଦେବା ପଡ଼ିଲା ମହଙ୍ଗା । ବଲାଙ୍ଗୀର ଜିଲ୍ଲା ପୁଇଁତଳାରେ ପୋଖରୀ ଭିତରକୁ ଖସିପଡ଼ିଲା କାର । ପାଣିରୁ ଉଦ୍ଧାର ବେଳେ କାର ଭିତରୁ ମିଳିଲା ୨୯କେଜି ଗଂଜେଇ । କାରକୁ ଛାଡ଼ି ଫେରାର ହୋଇଯାଇଛନ୍ତି ଦୁର୍ବୃତ । ପୁଇଁତଳା ବ୍ଲକ ଭାଲେର କୁଲୁର ବାଇପାସ ରାସ୍ତାରେ ଏହି ଘଟଣା ଘଟିଛି । ପୁଇଁତଳା ପୁଲିସ କାରକୁ ପିଛା କରୁଥିବା ବେଳେ ପାଣି ଭିତରକୁ କାର ଖସି ଯାଇଥିଲା । ଏବଂ କାରରେ ଥିବା ସଭିଏଁ ଫେରାର ମାରିଥିଲେ । ଗାଡ଼ିରେ ଗଂଜେଇ ଚାଲାଣ ହେଉଥିବା ନେଇ ପିଛା କରୁଥିଲା ପୁଲିସ । କ୍ରେନ ଯୋଗେ ଗାଡ଼ିକୁ ପାଣି ଭିତରକୁ ବାହାର କରିବା ପରେ ଗାଡ଼ିରୁ ୨୯କେଜି ଗଂଜେଇ ଜବତ କରାଯାଇଛି ।
ଗଂଜେଇ ଚାଲାଣ ବେଳେ ପୁଲିସକୁ ଚକମା ଦେବା ପଡ଼ିଲା ମହଙ୍ଗା । ବଲାଙ୍ଗୀର ପୁଇଁତଳାରେ ପୋଖରୀ ଭିତରକୁ ଖସିପଡ଼ିଲା କାର
/kanak/media/post_attachments/wp-content/uploads/2024/02/21-17.jpg)