ପୁଣି ସଂକ୍ରମଣରେ ଖୋର୍ଦ୍ଧା ଆଗରେ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯୧୭ ନୂଆ ସଂକ୍ରମିତ ଚିହ୍ନଟ, ଭୂତାଣୁ ନେଇଛି ୪୫ ଜୀବନ ।

167

କନକ ବ୍ୟୁରୋ : ରାଜ୍ୟରେ କମୁନି ସଂକ୍ରମଣ, କମୁନି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯୧୭ ପଜିଟିଭ୍ ଚିହ୍ନଟ ହୋଇଛି । ସଙ୍ଗରୋଧରୁ ୧୬୭୭ ଓ ସ୍ଥାନୀୟ ଅଂଚଳରୁ ୧୨୪୦ ଚିହ୍ନଟ ହୋଇଛନ୍ତି । ଖୋର୍ଧାରୁ ସବୁଠାରୁ ଅଧିକ ୫୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୪୨୨, ବାଲେଶ୍ୱରରୁ ୨୩୭, ଭଦ୍ରକରୁ ୧୬୩, ଜଗତସିଂହପୁରରୁ ୧୧୯, ଯାଜପୁରରୁ ୨୧୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୮୬, ଢେଙ୍କାନାଳରୁ ୭୭, କେନ୍ଦ୍ରାପଡାରୁ ୭୯, କେନ୍ଦୁଝରରୁ ୭୫, କୋରାପୁଟରୁ ୫୫, ମାଲକାନଗିରିରୁ ୫୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ତେବେ ଚିନ୍ତାର କଥା ହେଉଛି ଗତ ୨୪ ଘଣ୍ଟାରେ ଆଉ ୪୫ ଜଣଙ୍କ ଜୀବନ ନେଇଛି କରୋନା ଭୂତାଣୁ । ଜୁନ ପହିଲାରୁ ଦ୍ରୁତ ଗତିରେ କମୁଥିବା ସଂକ୍ରମଣ ହାର ଏବେ ଧିମେଇ ଯାଇଛି । ବିଶେଷକରି ଉପକୂଳ ଓଡିଶାର ୧୦ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣକୁ ଆସୁନାହିଁ । ତେବେ ଜୁଲାଇ ଦ୍ୱିତୀୟ ସପ୍ତାହ ସୁଦ୍ଧା ଦ୍ୱିତୀୟ ଲହର ନିୟନ୍ତ୍ରଣକୁ ଆସିବ ବୋଲି ଆଶା ପ୍ରକାଶ କରିଛନ୍ତି ବିଶେଷଜ୍ଞ ଡାକ୍ତର । ଅନ୍ୟପଟେ କାହିଁକି କରୋନା ସଂକ୍ରମଣ କମୁନାହିଁ, ତାହାର ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରରୁ ଏକ ବିଶେଷଜ୍ଞ ଦଳ ଓଡିଶା ଆସୁଛନ୍ତି ।