କଣ୍ଡକ୍ଟର କ୍ଲିୟର୍ କଲେ ୟୁପିଏସସି ପରୀକ୍ଷା : ବସ୍ ରେ ୫ ଘଣ୍ଟା କାମ କରିବା ସହ ୮ ଘଣ୍ଟାର କଠିନ ପରିଶ୍ରମରେ ବସ୍ କଣ୍ଡକ୍ଟର କ୍ଲିୟର୍ କଲେ ୟୁପିଏସସି ପରୀକ୍ଷା

2,065

ସଂଘୀୟ ଲୋକ ସେବା ଆୟୋଗ (ୟୁପିଏସସି) ପରୀକ୍ଷା ଦେଶର ସବୁଠାରୁ ପ୍ରତିଷ୍ଠିତ ପରୀକ୍ଷା ମଧ୍ୟରୁ ଗୋଟିଏ । ଏହି ପରୀକ୍ଷାରେ ସଫଳ ହେଲେ ଆଇଏଏସ୍ ଓ ଆଇପିଏସ୍ ଭଳି ବଡ଼ ପଦ ପାଇଁ ନିଯୁକ୍ତି ମିଳିଥାଏ। ୟୁପିଏସସି ପରୀକ୍ଷାରେ ସଫଳ ହେବା ପାଇଁ ସେମିତି କଠିନ ପରିଶ୍ରମ ବି କରିବାକୁ ପଡ଼ିଥାଏ। ତେବେ ଏଭଳି ଏକ କଷ୍ଠଦାୟକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସମସ୍ତଙ୍କ ପାଇଁ ଉଦହରଣ ସୃଷ୍ଟି କରିଛନ୍ତି ବାଙ୍ଗାଲୋରର ଜଣେ ବସ୍ ଡ୍ରାଇଭର୍ । ଚାକିରି କରିବା ସହିତ ପାଠପଢ଼ି ୟୁପିଏସସି ପରୀକ୍ଷା ପାସ୍ କରି ସେ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

୨୯ ବର୍ଷୀୟ ଏହି ବ୍ୟକ୍ତିଙ୍କ ନାଁ ହେଉଛି ମଧୁ । ଏନସି ବିଏମଟିସିରେ ଜଣେ ବସ୍ କଣ୍ଟକ୍ଟର ଭାବେ ସେ କାମ କରନ୍ତି। ସେ ୟୁପିଏସସିର ପ୍ରି ଓ ମେନ୍ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ମାର୍ଚ୍ଚ ୨୫ ତାରିଖରେ ତାଙ୍କର ସାକ୍ଷାତକାର ପରୀକ୍ଷା ରହିଛି। ଏସବୁ ଭଗବାନଙ୍କ ଆର୍ଶୀବାଦ ସହିତ ତାଙ୍କର ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ ହେତୁ ସମ୍ଭବ ହୋଇପାରିଛି ବୋଲି ବସ୍ କଣ୍ଡକ୍ଟର ମଧୁ କହନ୍ତି।ମଧୁଙ୍କ ପରିବାର କହିଲେ ଭାଇ, ଭାଉଜ ଓ ମା’ ବାପା। ମଧୁ ତାଙ୍କ ପରିବାରର ଏକମାତ୍ର ସଦସ୍ୟ, ଯିଏକି ପାଠପଢ଼ିଛନ୍ତି। ଗତବର୍ଷ ମଧୁ ପ୍ରିଲିମ୍ ପରୀକ୍ଷାରେ ସଫଳ ହେବା ପରେ ମେନ୍ ପରୀକ୍ଷା ପାଇଁ ମନ ଦେଇ ପାଠପଢ଼ିଥିଲେ ଏବଂ ଆଜି ସେ ଏହି ପରୀକ୍ଷାରେ ସଫଳ ହୋଇଛନ୍ତି। ଘରର ଶୋଚନୀୟ ଆର୍ଥୀକ ଅବସ୍ଥା ଯୋଗୁଁ ମଧୁ ୧୯ ବର୍ଷ ବୟସରୁ କଣ୍ଡକ୍ଟର କାମ ଆରମ୍ଭ କରିଥିଲେ। ସେ ରାଜନୀତି ବିଜ୍ଞାନରେ ଏମଏ ଡିଗ୍ରି ବି ହାସଲ କରିଛନ୍ତି । ମଧୁଙ୍କ ମା’ଙ୍କୁ ୟୁପିଏସସି କ’ଣ ବୋଲି ଜଣା ନଥିବା ବେଳେ ସେ ପୁଅର ଏଭଳି ସଫଳତାରେ ବହୁତ ଖୁସି ଥିବା କହିଛନ୍ତି।