ନୂଆପଡା ଜିଲ୍ଲାରୁ ଆସିଲା ବଡ ଖବର: ଗୋଟିଏ ଗାଁରୁ ଚିହ୍ନଟ ହେଲେ ୨୯ କରୋନା ପଜିଟିଭ୍ ।

182

କନକ ବ୍ୟୁରୋ: ରାଜ୍ୟରେ ଏବେ କୋଭିଡ୍ ସଂକ୍ରମଣର ଗ୍ରାଫ୍ ଧୀରେ ଧୀରେ ଉପରମୁହାଁ ହୋଇ ଗତି କରୁଥିବାବେଳେ ନୂଆପଡା ଜିଲ୍ଲା ନୂଆ ଟେନସନ ଆଣିଛି । ଜିଲ୍ଲାରୁ ଆଜି ଏକାଧରକେ ୩୩ ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜିଲ୍ଲାର ସିନାପାଲି ବ୍ରାହ୍ମଣପଡା ଗାଁରୁ କେବଳ ୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲାରୁ ଗୋଟିଏ ଗାଁରୁ ଏକାଥରକେ ଏତେସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେବା ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଦେଇଛି ।

ବ୍ରାହ୍ମଣପଡା ଗାଁକୁ ଏବେ ସିଲ୍ କରାଯାଇଥିବାବେଳେ ସେଠାରେ ଆଉ ସଂକ୍ରମଣ ବ୍ୟାପିଛି କି ନାହିଁ ସେନେଇ ଯାଞ୍ଚ୍ କରାଯିବ । ତେବେ ଏଠାକାର ଲୋକେ ଛତିଶଗଡ ସହିତ ସିଧାସଳଖ ସମ୍ପର୍କରେ ରହୁଥିବାରୁ ସେଠାରୁ ସଂକ୍ରମଣ ବ୍ୟାପିଥିବା ନେଇ ଅନୁମାନ କରାଯାଉଛି । ତେବେ ଜିଲ୍ଲାପ୍ରଶାସନ ଏହିଁ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିପାରେ ବୋଲି ଚର୍ଚ୍ଚ ହେଉଛି ।