ପ୍ରାଣ ନେଇଗଲା ଫୋନି । ବାତ୍ୟା ଫୋନି ଯୋଗୁୁଁ ୨୯ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା, ଭୁବନେଶ୍ୱରରେ ୫ ଜଣଙ୍କର ଲିଭିଗଲା ଜୀବନ ଦୀପ

Advertisment
ପ୍ରାଣ ନେଇଗଲା ଫୋନି । ବାତ୍ୟା ଫୋନି ଯୋଗୁୁଁ ୨୯ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା, ଭୁବନେଶ୍ୱରରେ ୫ ଜଣଙ୍କର ଲିଭିଗଲା ଜୀବନ ଦୀପ

କନକ ବ୍ୟୁରୋ : ବାତ୍ୟା ଫୋନି ଓଡିଶାରେ ଦୀର୍ଘ ୪ରୁ ୫ ଘଣ୍ଟା ତାଣ୍ଡବ ରଚିବା ପରେ ବିଦାୟ ନେଇଛି । ଏଯାଏଁ କ୍ଷୟକ୍ଷତିର ଆକଳନ ହୋଇନଥିବା ବେଳେ ଅନେକ ପରିବାର ଲୋକଙ୍କ ଜୀବନରେ ଅନ୍ଧକାର ଘୋଟି ଦେଇଛି । ଫୋନି ବିଦାୟ ନେବାର ୨ ଦିନ ପରେ ବିଭୀଷିକାର ଅସଲ ଚିତ୍ର ସାମ୍ନାକୁ ଆସିଛି । ଏତେ ପ୍ରସ୍ତୁତ ଓ ସତର୍କ ରହିବା ସତ୍ତେ୍ୱ ମଧ୍ୟ ବାତ୍ୟା ଫୋନି ଯୋଗୁଁ ୨୯ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

ମୃତକଙ୍କ ମଧ୍ୟରେ ପୁରୀରେ ସର୍ବାଧିକ ୨୧ ଜଣ ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୫ ଜଣଙ୍କର ପ୍ରାଣହାନି ଘଟିଛି । ଏହି ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଉପରେ ଗଛ ପଡ଼ି ଯାଇଥିଲା। ଆଉ ଦୁଇ ଜଣଙ୍କ ଉପରେ ଆଜବେଷ୍ଟସ୍ ପଡ଼ିଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଫୋନିରେ ଭୁବନେଶ୍ୱରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ବସ୍ତି ଅଞ୍ଚଳରେ ଘର ଭାଙ୍ଗି ଯାଇଥିବା ବେଳେ ଅନେକ ଛୋଟ ଦୋକାନ କ୍ଷତିଗ୍ରସ୍ତ ହୋଇଛନ୍ତି। ବହୁ ଗଛ ଉପୁଡ଼ି ପଡ଼ିଛି ଓ ବହୁ ଗଛ ଭାଙ୍ଗିଛି। ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଛି। ଫଳରେ ଦୁଇ ଦିନ ହେଲା ପୂରା ସହରରେ ଅନ୍ଧକାରରେ ରହିଛି। ପାଣି ପାଇଁ ଲୋକଙ୍କ ମଧ୍ୟରେ ହାହାକାର ଖେଳିଯାଇଛି । ଅନେକ ବ୍ୟକ୍ତି ବାତ୍ୟାରେ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲ ଓ ବିଭିନ୍ନ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe