ଛତିଶଗଡ଼ କାଙ୍କେରରେ ବଡ଼ଧରଣର ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଟଳିଲେ ୨୯ ମାଓବାଦୀ ।

100

କନକ ବ୍ୟୁରୋ: ଛତିଶଗଡରେ ବଡ ମାଓ ଅପରେସନ । ପୁଲିସ ସହ ଏନକାଉଣ୍ଟରରେ ୨୯ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । କାଙ୍କେର ଜିଲ୍ଲା ହପାଟୋଲା ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି । ପୁଲିସ- ମାଓବାଦୀ ଗୁଳି ବିନିୟମରେ ତିନିଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୁଲିସ କର୍ମଚାରୀ ଥିବା ବେଳେ ଜଣେ ବିଏସଏଫ ଯବାନ ଅଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ପୁଲିସ । ସୂଚନା ମୁତବାକ, ଆଜି ଦିନ ୨ ଟା ସମୟରେ ଛୋଟେବେଠିଆ ଥାନା ଅଞ୍ଚଳରେ ମାଓବାଦୀଙ୍କ ସହ ପୁଲିସ ଏବଂ ବିଏସଏଫର ମିଳିତ ଟିମ ସହ ଗୁଳି ବିନିମୟ ହୋଇଥିଲା । ବିଏସଏଫ ଟିମ କୁମ୍ବି ଅପରେସନରେ ଯାଉଥିବା ବେଳେ ପ୍ରଥମେ ମାଓବାଦୀମାନେ ଗୁଳି ଚଳାଇଥିଲେ । ପରେ ପାଲଟା ଜବାବ ଦେଇଥିଲେ ଯବାନ । ୧୮ ଜଣ ନକ୍ସଲ ମରିଥିବା ନେଇ ବିଏସଫ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ କାଙ୍କେର ଜିଲ୍ଲା ଏସପି କଲ୍ୟାଣ ଏଲସେଲା ସୂଚନା ଦେଇଛନ୍ତି । ବିଏସଏଫ ଯବାନଙ୍କ ଗୋଡରେ ଗୁଳି ଲାଗିଥିବା ବେଳେ ସେ ସୁସ୍ଥ ଅଛନ୍ତି । ନିର୍ବାଚନର କିଛି ଦିନ ପୂର୍ବରୁ ଏଭଳି ଏନକାଉଣ୍ଟର ହୋଇଛି ।