ଜୋରଦାର ହେଉଛି ମାଓମୁକ୍ତ ଅଭିଯାନ । ଛତିଶଗଡ଼ରେ ୨୯ ମାଓବାଦୀ ନିପାତ । ଯବାନଙ୍କ ଚକ୍ରବ୍ୟୁହରେ ଫସିଗଲେ ନକ୍ସଲ ।

131

କନକ ବ୍ୟୁରୋ: ଯବାନଙ୍କ ଗୁଳିରେ ଟଳିଲେ ମାଓବାଦୀ । ହିସାଂକାଣ୍ଡ ଘଟାଇବାକୁ ଯୋଜନା କରୁଥିବା ବେଳେ ଚାଲିଗଲା ଜୀବନ । ମୃତକଙ୍କ ମଧ୍ୟରେ ଅଛନ୍ତି ୧୫ ଜଣ ମହିଳା ଓ ୧୪ ଜଣ ପୁରୁଷ ମାଓବାଦୀ । ସଂଗଠନର କିଛି ଟପ ଲିଡର ମଧ୍ୟ ନିହତ ହୋଇଛନ୍ତିି । ମାଓ ନେତା ଶଙ୍କର ରାଓର ମୃତଦେହକୁ ଚିହ୍ନଟ କରାଯାଇଛି । ଶଙ୍କର ନାଁର ଥିଲା ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ସେହିପରି ଘଟଣାସ୍ଥଳରୁ ବନ୍ଧୁକ ଓ ମାରଣାସ୍ତ୍ର ସହ ବହୁ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।

ଛତିଶଗଡ଼ କାଙ୍କେର ଜିଲ୍ଲାରେ ସଫଳ ହୋଇଛି ସବୁଠୁ ବଡ଼ ନକ୍ସଲ ଅପରେସନ । ମଙ୍ଗଳବାର ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଡିଆରଜି ଓ ବିଏସଏଫ ଯବାନଙ୍କ ପକ୍ଷରୁ ମିଳିତ ଭାବେ ଆରମ୍ଭ ହୋଇଥିଲା ଅପରେସନ । ମାଓ କ୍ୟାମ୍ପ ଠାବ ପରେ ପୂରା ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ଖସିଯିବାର ସମସ୍ତ ଗଳା ବାଟକୁ ବନ୍ଦ କରିଦିଆଯାଇଥିଲା । ଦିନ ୨ଟାରେ ଆରମ୍ଭ ହୋଇଥିଲା ଗୁଳି ବିିନିମୟ । ଭୟଙ୍କର ଆକ୍ରମଣରେ ୨୯ ମାଓବାଦୀଙ୍କ ମୃତ୍ୟୁ ହୋଇଛି ।

  • ଭାଙ୍ଗୁଛି ନକ୍ସଲଙ୍କ ଗଡ଼
  • ମୃତ୍ୟୁ ଭୟରେ ମାଓବାଦୀଙ୍କ ଆତ୍ମସମର୍ପଣ

ଦେଶକୁ ମାଓମୁକ୍ତ କରିବାକୁ ବିଭିନ୍ନ ମାଓପ୍ରବଣ ଅଞ୍ଚଳରେ ଚାଲିଛି ଅପରେସନ । ଛତିଶଗଡ଼ରେ ଭାଙ୍ଗିବାରେ ଲାଗିଛି ମାଓଗଡ଼ । ମୃତ୍ୟୁ ଭୟରେ ଏବେ ଆତ୍ମସମର୍ପଣ କରୁଛନ୍ତି ନକ୍ସଲ ।

  • ସୋମବାର ଛତିଶଗଡ଼ରେ ଆତ୍ମସମର୍ପଣ କରିଛନ୍ତି ୨୬ ମାଓବାଦୀ
  • ୨୬ ଜଣଙ୍କ ମଧ୍ୟରେ ୩ ନାବାଳିକା ଓ ୫ ମହିଳା
  • ୨୦୨୦ରୁ ଆଜି ସୁଦ୍ଧା ଆତ୍ମସମର୍ପଣ କରିଛନ୍ତି ୭୧୭ ମାଓବାଦୀ
  • ୭୧୭ ଜଣଙ୍କ ମଧରେ ଅଛନ୍ତି ୧୭୬ ଜଣ ଇନାମୀ ମାଓବାଦୀ

ଛତିଶଗଡ଼ କାଙ୍କେର ଜିଲ୍ଲାରେ ଏପ୍ରିଲ ୨୬ରେ ରହିଛି ନିର୍ବାଚନ । ମତଦାନ ପୂର୍ବରୁ ନକ୍ସଲ ଦମନକୁ ତୀବ୍ର କରିଛନ୍ତି ଯବାନ ।