ମାର୍କେଟ ବିଲଡିଂରେ ମୁଖାଧାରୀଙ୍କ ଆତଙ୍କ ଘଟଣା । ତିନି ମାଷ୍ଟରମାଇଣ୍ଡ ସମେତ ୨୯ ଗିରଫ ।

ମାର୍କେଟ ବିଲଡିଂରେ ମୁଖାଧାରୀଙ୍କ ଆତଙ୍କ ଘଟଣା । ତିନି ମାଷ୍ଟରମାଇଣ୍ଡ ସମେତ ୨୯ ଗିରଫ ।

କନକ ବ୍ୟୁରୋ : କ୍ୟାପିଟାଲ ଥାନା ଅଧୀନ ୟୁନିଟ୍‌-୨ ମାର୍କେଟ ବିଲଡିଂ ନିକଟରେ ମୁଖାପିନ୍ଧା ଯୁବକମାନେ ବ୍ୟବସାୟୀଙ୍କୁ ଆକ୍ରମଣ କରିବା ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ୨୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ତିନି ମାଷ୍ଟରମାଇଣ୍ଡ ଚିଣ୍ଟୁ ମହାନ୍ତି, ପୀତମ ଓ ଉଦିତ ସାମିଲ ଅଛନ୍ତି ।

ମାର୍କେଟ ବିଲ୍‌ଡିଂରେ ମୁଖାପିନ୍ଧାଙ୍କ ଆକ୍ରମଣ ଘଟଣାକୁ ଏକ ସପ୍ତାହରୁ ଅଧିକ ସମୟ ବିତିଛି । ତଥାପି ମାର୍କେଟ ବିଲଡିଂ ଉଠା ଦୋକାନୀଙ୍କ ମନରେ ଭୟ ଲାଗି ରହିଛି। ପୁଣିଥରେ ସେମାନଙ୍କ ଉପରେ ଆକ୍ରମଣ ହେବାର ଆଶଙ୍କା ରହିଛି ବୋଲି ସେମାନେ କହିଛନ୍ତି ।

ସୂଚନାଯୋଗ୍ୟ, ଚଳିତ ମାସ ୧୦ ତାରିଖ ସଂଧ୍ୟାରେ କେତେକ ମୁଖାପିନ୍ଧା ଯୁବକ ମାର୍କେଟ୍‌ ବିଲଡିଂରେ ଆତଙ୍କ ଖେଳାଇଥିଲେ। ଘଣ୍ଟା ଦୋକାନୀ ଅମୋଦ ଶାହାଙ୍କୁ ମାଡ଼ ମାରିବା ସହ ତାଙ୍କ ଦୋକାନ ଭଙ୍ଗାରୁଜା କରିଥିଲେ। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହେବା ପରେ ପୁଲିସ ୨୯ ଜଣଙ୍କୁ ଗିରଫ କରିବା ସହ ୫ଟି ବାଇକ୍‌ ଜବତ କରିଛି। ମୁଖ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ କୋଲକାତା, ବିଶାଖାପାଟଣା, ହାଇଦ୍ରାବାଦ, ଛତିଶଗଡ଼ ଯାଇଥିଲା।

ପ୍ରକାଶ ଥାଉ କି ଜଣେ ଯୁବତୀ ଓ ତାଙ୍କ ସାଙ୍ଗ ୟୁନିଟ-୨ ମାର୍କେଟ୍‌ ବିଲଡିଂକୁ କିଣାକିଣି କରିବାକୁ ଆସିଥିଲେ। ସେଠାରେ ଏକ ଘଣ୍ଟା କିଣାକୁ ନେଇ ଜଣେ ଉଠାଦୋକାନୀଙ୍କ ସହ ମୂଲଚାଲରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏ ନେଇ ଯୁବତୀ ଜଣକ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ ଉଠା ଦୋକାନୀମାନଙ୍କୁ ଛାଡ଼ି ଦେଇଥିଲା। ପରଦିନ କେତେକ ଯୁବକ ମୁହଁରେ ମୁଖା ପିନ୍ଧି ମାର୍କେଟ ବିଲ୍‌ଡିଂରେ ଉଠାଦୋକାନ ସବୁ ଭଙ୍ଗାରୁଜା କରିଥିଲେ। ଏପରିକି କେତେକ ଦୋକାନୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe