ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୯ ଲକ୍ଷ : ୨୪ ଘଂଟାରେ ସାଢେ ୨୮ ହଜାର ଆକ୍ରାନ୍ତ ଓ ୫୫୩ ମୃତ; ମୃତ୍ୟୁସଂଖ୍ୟା ୨୩ ହଜାର ୭୨୭କୁ ବୃଦ୍ଧି

281

କନକ ବ୍ୟୁରୋ : ଦେଶରେ ୯ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଂଟାରେ ଦେଶରେ ୨୮ ହଜାର ୪୯୮ ନୂଆ ଆକ୍ରାନ୍ତ ସହିତ ଆକ୍ରାନ୍ତ ସଂଖ୍ୟାରେ ୯ ଲକ୍ଷର ମାଇଲଖୁଂଟ ଛୁଇଁଛି କରୋନା । ଏହା ସହିତ ଆଉ ୫୫୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୩ ହଜାର ୭୨୭ କୁ ବୃଦ୍ଧି ହୋଇଛି । ଦେଶରେ ଏବେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୯ ଲକ୍ଷ ୬ ହଜାର ୭୫୨ ହୋଇଛି । ସେହିପରି ୩ ଲକ୍ଷ ୧୧ ହଜାର ୫୬୫ ଆକ୍ଟିଭ୍ କେସ୍ ରହିଛନ୍ତି । ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଛନ୍ତି ୫ ଲକ୍ଷ ୭୧ ହଜାର ୪୫୯ ଜଣ ।