କମିଲେ ଆକ୍ରାନ୍ତ, ବଢିଲେ ସୁସ୍ଥ । ଭୁବନେଶ୍ୱରରୁ ଆଜି ଆଉ ୨୮୧ ପିଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୮୯, ଲୋକାଲ କଣ୍ଟାକ୍ଟ ୧୯୨ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୩୧୫ ଜଣ ।

189

କନକ ବ୍ୟୁରୋ : ଭୁବନେଶ୍ୱରରେ ଆଜି ଆକ୍ରାନ୍ତଙ୍କଠାରୁ ଅଧିକ ସୁସ୍ଥ ହୋଇଛନ୍ତି । ଆଜି ଭୁବନେଶ୍ୱରରୁ ୨୮୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୯ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଥିବା ବେଳେ ୧୯୨ ଜଣ ଲୋକାଲ କଣ୍ଟାକ୍ଟ ରହିଛନ୍ତି । ସେହିପରି ଆଜି ୩୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ଖୋର୍ଦ୍ଧାରୁ ୩୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୨୮୧ ଜଣ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ଭୁବନେଶ୍ୱରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମଧ୍ୟ କିଛି ଦିନ ହେବ ଆକ୍ରାନ୍ତଙ୍କଠାରୁ ସୁସ୍ଥ ସଂଖ୍ୟା ଅଧିକ ରହୁଛି ।

ଏହାସହ ଏବେ ଭୁବନେଶ୍ୱରରେ ୨୬ ହଜାର ୧୬ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ୨୨ ହଜାର ୫୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୩ ହଜାର ୩୪୮ ଜଣ ସକ୍ରିୟ ରହିଛନ୍ତି ।