ବାହାନଗା ଟ୍ରେନ୍ ଦୁର୍ଘଟଣା; ଚିହ୍ନଟ ହେଇନଥିବା ୨୮ ମୃତଦେହର ସତ୍କାର କରିବ ବିଏମସି । ଶବ ସଂସ୍କାରର ହେବ ଭିଡିଓଗ୍ରାଫି

Advertisment
ବାହାନଗା ଟ୍ରେନ୍ ଦୁର୍ଘଟଣା; ଚିହ୍ନଟ ହେଇନଥିବା ୨୮ ମୃତଦେହର ସତ୍କାର କରିବ ବିଏମସି । ଶବ ସଂସ୍କାରର ହେବ ଭିଡିଓଗ୍ରାଫି

କନକ ବ୍ୟୁରୋ: ଦିନେ କିମ୍ବା ଦୁଇ ଦିନ ଭିତରେ ସତ୍କାର ହେବ ବାହାନଗା ରେଳ ଦୁର୍ଘଟଣାରେ ଚିହ୍ନଟ ହୋଇନଥିବା ୨୮ ମୃତଦେହ। ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ ମୃତଦେହ ବିଏମସିକୁ ହସ୍ତାନ୍ତର କରାଯିବ। ଏହାପରେ ଭରତପୁର ଏବଂ ସତ୍ୟନଗର ଶ୍ମଶାନରେ ମୃତଦେହ ସଂସ୍କାର ହେବ ବୋଲି ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ । ସେ କହିଛନ୍ତି ଯେ, ଆସନ୍ତାକାଲି କିମ୍ବା ପରଦିନ ସତ୍କାର ପାଇଁ ବିଏମସି ପ୍ରସ୍ତୁତ ହେଉଛି। ମୃତଦେହ ସଂସ୍କାର ପ୍ରକ୍ରିୟାର ଭିଡ଼ିଓଗ୍ରାଫି କରାଯିବ। ଏହାସହ ବିଏମସି ତରଫରୁ ମଧ୍ୟ ଶବ ବୁହା ଗାଡି ଯୋଗାଇ ଦିଆଯିବ ବୋଲି ମେୟର କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଡିଏନଏ ଟେଷ୍ଟ ପରେ ମଧ୍ୟ କିଛି ମୃତଦେହ ଚିହ୍ନଟ ହୋଇ ନ ପାରିବାରୁ ଭୁବନେଶ୍ଵର ଏମ୍ସରେରେ ଏହି ୨୮ଟି ମର ଶରୀର ପଡିରହିଛି । ବଡ଼ି ଡିସପୋଜ ପାଇଁ ଅଗଷ୍ଟ ୨୫ରେ ସିବିଆଇ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିଲା । ଏହାପରେ ଅକ୍ଟୋବର ୭ରେ ଖୋର୍ଦ୍ଧା ଜିଲ୍ଲାପାଳ ଚିଠି ଲେଖିବା ପରେ ଅଚିହ୍ନା ମୃତ ଶରୀର ଡିସପୋଜ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଏମସି । ତେବେ ଏସଓପି ଅନୁସାରେ, ଏମ୍ସ, ଭୁବନେଶ୍ଵରରୁ ମୃତଦେହ ହସ୍ତାନ୍ତର ଠାରୁ ଆରମ୍ଭ କରି ଶବ ସଂସ୍କାର ଯାଏଁ ସବୁକିଛି ଭିଡିଓଗ୍ରାଫି ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe