ମହାରାଷ୍ଟ୍ରରେ ୨୮ ଓମିକ୍ରନରେ ସଂକ୍ରମିତ ହୋଇଥିବା ସନ୍ଦେହ । ଜିନମ୍ ସିକ୍ୱେନ୍ସିଂ ପଠାଗଲା ସମସ୍ତଙ୍କ ନମୁନା

121

କନକ ବ୍ୟୁରୋ : ମହାରାଷ୍ଟ୍ରରେ ୨୮ ଜଣ ଓମିକ୍ରନରେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ଏମାନଙ୍କ ମଧ୍ୟରେ ୧୦ ଜଣ ମୁମ୍ବାଇର ଅଛନ୍ତି । ଏ ସମସ୍ତଙ୍କର ନମୁନା ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ଆସନ୍ତା ସପ୍ତାହରେ ରିପୋର୍ଟ ଆସିବ । ମୁମ୍ବାଇରେ କରୋନା ସଂକ୍ରମିତ ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ଆରଟିପିସିଆର ଟେଷ୍ଟ ବେଳେ ୬ ଜଣଙ୍କ ନମୁନାରେ ‘ଏସ୍-ଜିନ୍’ ନଥିବା ଜଣାପଡ଼ିଛି । ‘ଏସ୍-ଜିନ୍’ ନଥିବାରୁ ଏମାନେ ଓମିକ୍ରନ୍ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି ।

ଓମିକ୍ରନ ସଂକ୍ରମଣ ବଢୁଥିବାରୁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି । ‘ଆଟ୍ ରିସ୍କ’ ଦେଶରୁ ଆସୁଥିବା ଲୋକଙ୍କୁ ୭ ଦିନ କ୍ୱାରେଂଟାଇନ୍ରେ ରହିବାକୁ ପଡ଼ିବ । ବିମାନ ବନ୍ଦରରେ ଯାଂଚ ପାଇଁ ଏମ୍ଆଇଏଲ ଓ ଏୟାରପୋର୍ଟ ଅଥରିଟି ଦ୍ୱାରା ଅଲଗା କାଉଂଟରର ବ୍ୟବସ୍ଥା କରାଯାଇଛି । ସମସ୍ତ ଯାତ୍ରୀଙ୍କୁ ୭ ଦିନ କ୍ୱାରେଂଟାଇନରେ ରଖାଯିବା ସହ ଦ୍ୱିତୀୟ, ଚତୁର୍ଥ ଓ ସପ୍ତମ ଦିନରେ ଆରଟିପିସିଆର ଟେଷ୍ଟ କରାଯିବ । ଏହି ସମୟରେ ଯଦି କୌଣସି ଯାତ୍ରୀ ପଜିଟିଭ୍ ଚିହ୍ନଟ ହୁଅନ୍ତି, ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯିବ ।