କରୋନା ସହିତ କେରଳରେ କାୟା ବିସ୍ତାର କରୁଛି ଜିକା ଭୂତାଣୁ । ଆଜି ୫ ଜଣ ଚିହ୍ନଟ ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮ କୁ ବୃଦ୍ଧି

579

କନକ ବ୍ୟୁରୋ : ଦେଶରେ ଚାଲିଥିବା କରୋନାର ଦ୍ୱିତୀୟ ଲହରରେ କେରଳ ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟଭାବେ କ୍ଷତିଗ୍ରସ୍ତ ହୋଇଛି । ଏହାସହ ଏବେ କେରଳରେ ପୁଣି ଏକ ନୂଆ ଭୂତାଣୁ ତାର କାୟା ବିସ୍ତାର କରୁଥିବା ଦେଖିବାକୁ ମିଳିଛି  । ଗୁରୁବାର ଦିନ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଗର୍ଗ କହିଛନ୍ତି କି ପୁଣି କେରଳରେ ଜିକା ଭୂତାଣୁ ସଂକ୍ରମିତ ୫ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଜିକା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୨୮ କୁ ବୃଦ୍ଧି ପାଇଛି  ।

ଅନ୍ୟପଟେ ଜିକା ଭୂତାଣୁ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ସତର୍କ ହୋଇଛନ୍ତି । ଏହାସହ ବି ରାଜ୍ୟ ସରକାର କରୋନା ସଂକ୍ରମଣ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ।

ବିନା ଗର୍ଗ କହିଛନ୍ତି କି କେରଳର ଅନାୟରା ଅଞ୍ଚଳର ଏକ ନିର୍ଦ୍ଧିଷ୍ଟ ୩ କିଲୋମିଟର ପରିଧି ଜିକା ଭୂତାଣୁ ସଂକ୍ରମଣର ହଟସ୍ପଟ୍ ପାଲଟିଛି । ତେଣୁ ଉକ୍ତ ଅଞ୍ଚଳକୁ ସରକାର ମଶା ମୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି ।

ଏହାସହ ଥୀରୁଅନନ୍ତପୁରମ ଠାରେ ଜିକା ସଂକ୍ରମଣକୁ ନଜରରେ ରଖି ଜିଲ୍ଲା ଚିକିତ୍ସାଳୟରେ ଏକ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଗର୍ଗ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି ।