୨୦୨୪ ଆଇପିଏଲର ୨୭ତମ ମ୍ୟାଚ୍: ରାଜସ୍ଥାନ ରୟାଲ୍ସର ରୋମାଞ୍ଚକର ବିଜୟ ।

103

କନକ ବ୍ୟୁରୋ: ୨୦୨୪ ଆଇପିଏଲର ୨୭ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସର ରୋମାଞ୍ଚକର ବିଜୟ । ଗୋଟିଏ ବଲ ବାକି ଥାଇ ୩ଟି ୱିକେଟରେ ପଞ୍ଜାବ କିଙ୍ଗସକୁ ହରାଇଛି ରାଜସ୍ଥାନ ରୟାଲ୍ସ । ୬ଟି ମ୍ୟାଚରୁ ୫ଟିରେ ବିଜୟ ସହ ପଏଣ୍ଟ ଟେବୁଲରେ ନିଜ ସ୍ଥିତିକୁ ଆହୁରି ଦୃଢ କରିଛି ଦଳ । ଶନିବାର ଖେଳାଯାଇଥିବା ମ୍ୟାଚରେ ନିୟମିତ ଅଧିନାୟକ ଶିଖର ଧାୱନଙ୍କ ଅନୁପସ୍ଥିତିରେ ପଞ୍ଜାବ ପଡିଆକୁ ଓହ୍ଲାଇଥିବା ବେଳେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଦଳ ରାଜସ୍ଥାନକୁ ମାତ୍ର ୧୪୮ ରନର ଟାର୍ଗେଟ ଦେଇଥିଲା । ଏହି ମ୍ୟାଚରେ ପାୱାର ପ୍ଲେରେ ବିନା କ୍ଷତିରେ ୪୩ ରନ ସଂଗ୍ରହ କରିବା ପରେ ରାଜସ୍ଥାନ ସହଜ ବିଜୟ ପାଇବା ନେଇ ଆଶା କରାଯାଉଥିବା ବେଳେ ପଞ୍ଜାବର ବୋଲର ମାନେ ନିୟମିତ ବ୍ୟବଧାନରେ ୱିକେଟ ନେଇଥିଲେ । ତେବେ ଅନ୍ୟ ଖେଳାଳି ମାନେ ସଂଘର୍ଷ କରୁଥିବା ବେଳେ ସିମରନ ହେଟମେୟାର ଦ୍ରୁତ ଭାବେ ମାତ୍ର ୧୦ ବଲରେ ୨୭ ରନ ସଂଗ୍ରହ କରି ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ ।

ଶେଷ ଓଭରରେ ବିଜୟ ପାଇଁ ୧୦ ରନର ଆବଶ୍ୟକତା ରହିଥିବା ବେଳେ ଅର୍ଶଦୀପ ସିଂହଙ୍କ ପ୍ରଥମ ୨ଟି ବଲରେ କୌଣସି ରନ୍ କରିପାରିନଥିଲେ ହେଟମେୟାର । ତେବେ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ବଲରେ ଯଥାକ୍ରମରେ ୬, ୨, ୬ ରନ୍ ସଂଗ୍ରହ କରି ଦଳକୁ ବିଜୟ ଭେଟି ଦେଇଥିଲେ ଏହି ଯୁବ ବ୍ୟାଟର ।