ଲଗାଣ ବର୍ଷାରେ ୧୧ ଜିଲ୍ଲାର ୫୩ ବ୍ଲକ ପ୍ରଭାବିତ । ଭାଙ୍ଗିଛି ୨୬୫ ଘର, ପ୍ରଭାବିତ ହୋଇଛି ୨,୭୮୯ ଗାଁ । 

231

କନକ ବ୍ୟୁରୋ : ବର୍ଷା ବିତ୍ପାତରେ ରାଜ୍ୟରେ କେତେ ହୋଇଛି କ୍ଷୟକ୍ଷତି ? ଆସିଲା ପ୍ରାରମ୍ଭିକ ରିପୋର୍ଟ । ରାଜ୍ୟର ୫୩ଟି ବ୍ଲକରେ ପଡିଛି ପ୍ରଭାବ, ଭାଙ୍ଗିଛି ୨୬୫ ଘର । ଲଗାଣ ବର୍ଷାରେ ମୋଟ ୧୧ ଜିଲ୍ଲା ପ୍ରଭାବିତ ହୋଇଛି । ଜଗତସିଂହପୁରର ୮ଟି ବ୍ଲକ ବର୍ଷାରେ ପ୍ରଭାବିତ ହୋଇଥିବା ବେଳେ ୧୯୮ଟି ଗ୍ରାମପଞ୍ଚାୟତ ପ୍ରଭାବିତ ହୋଇଛି । ଜଗତସିଂହପୁରରେ ମୋଟ୍ ୧୧,୩୬,୯୭୧ ଲୋକ ପ୍ରଭାବିତ ହୋଇଛନ୍ତି ।

ସେହିପରି କେନ୍ଦ୍ରାପଡାର ଜିଲ୍ଲାର ୫ଟି ବ୍ଲକର ୮୧୧ଟି ଗାଁ ବର୍ଷାରେ ପ୍ରଭାବିତ ହୋଇଥିବା ବେଳେ ମୋଟ୍ ୭,୭୯,୨୪୧ ଲୋକ ପ୍ରଭାବିତ ହୋଇଛନ୍ତି । ସେପଟେ କଳାହାଣ୍ଡି ଜିଲ୍ଲାର ୨ଟି ବ୍ଲକର ୩ଟି ଗାଁ, କନ୍ଧମାଳର ୩ ବ୍ଲକର ୨୦ଟି ଗାଁ, କୋରାପୁଟର ୫ ବ୍ଲକର ୨୦ଟି ଗାଁ, କଟକର ୨ଟି ବ୍ଲକର ୨,୫୫୬ ଲୋକ, ଯାଜପୁରର ୮ଟି ବ୍ଲକର ୮ ହଜାର ଲୋକ, ପୁରୀ ଜିଲ୍ଲାର ୪ଟି ବ୍ଲକର ୧୫,୪୩୪ ଲୋକ, ଢେଙ୍କାନାଳ ଜିଲ୍ଲାର ୩ଟି ବ୍ଲକର ୯ଟି ଗାଁ ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି ।

ସେହିପରି ଖୋର୍ଦ୍ଧା ଜିଲ୍ଲାର ୩୨ଟି ଗାଁ, ୧୨୫୭ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ମୋଟ୍ ୯୮ଟି ଘର ଭାଙ୍ଗିଛି । ଅନୁଗୁଳରେ ୩ଟି ବ୍ଲକ ପ୍ରଭାବିତ ହୋଇଛି ଏବଂ ମୋଟ୍ ୬ଟି ଘର ଭାଙ୍ଗିଛି ।