କନକ ବ୍ୟୁରୋ: ପାକିସ୍ତାନରେ ପୁଣି ସାଧାରଣ ଜନତାଙ୍କ ଉପରେ ବୋଝ ବଢିବାରେ ଲାଗିଛି । ଦେଶରେ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ଦୈନଦିନ ଜୀବନର ପ୍ରତ୍ୟେକ ସାମଗ୍ରୀ ଓ ପେଟ୍ରୋଲ, ଡିଜେଲ ଦର ହୁତୁହୁତୁ ହୋଇ ବଢିବାରେ ଲାଗିଛି । ଦେବାଳିଆ ହୋଇଯାଇଥିବା ପାକିସ୍ତାନର ମିନି ବଜେଟ ଏବେ ଲୋକଙ୍କ ଚିନ୍ତା ବଢାଇ ଦେଇଛି । ପାକିସ୍ତାନ ଦେବାଳିଆ ସ୍ଥିତିରୁ ବାହାରିବା ପାଇଁ ଯେ କୌଣସି ପ୍ରକାରରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଆର୍ଥିକ ସହାୟତା ଚାହୁଁଛି । ଏଥିପାଇଁ ଦେଶରେ ମିନି ବଜେଟ ଲାଗୁ କରାଯାଇଛି । ଏହାରି ଭିତରେ ପେଟ୍ରୋଲ ଓ ଡିଜେଲ ଦର ପୁଣି ବଢିଛି । ପେଟ୍ରୋଲ ଲିଟର ପିଛା ଦର ୨୭୨ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ପିଛା ୨୮୦ ଟଙ୍କାରେ ପହଞ୍ଚିଛି । ପାକିସ୍ତାନ ଅର୍ଥ ବିଭାଗ ପକ୍ଷରୁ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ନେଇ ବୁଧବାର ଦିନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

Advertisment

ପେଟ୍ରୋଲ ଲିଟର ୨୭୨ ଟଙ୍କା

  • ପେଟ୍ରୋଲ,ଡିଜେଲ ଦର ୨୦ପ୍ରତିଶତ ବଢିଛି
  • ପେଟ୍ରୋଲ ଲିଟର ପିଛା ଦର ୨୭୨ଟଙ୍କାରେ ପହଂଚିଲା
  • ଡିଜେଲ ଲିଟର ଦର ୨୮୦ଟଙ୍କା
  • ମହଙ୍ଗା ଦର ୨୭ପ୍ରତିଶତ ବୃଦ୍ଧି ପାଇଛି
  • ୨୦ଦିନ ଭିତରେ ୫୭ଟଙ୍କା ବୃଦ୍ଧି
  • ଗ୍ୟାସ ଦର ୧୧୨ ପ୍ରତିଶତ ବୃଦ୍ଧି

ପାକିସ୍ତାନରେ ସମସ୍ତ ଜିନିଷର ଦରବୃଦ୍ଧି ହେବାରେ ଲାଗିଛି । ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ଉକ୍ରଟ ହେବାରେ ଲାଗିଛି । ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକଙ୍କୁ ଦୁଇ ଓଳି ଖାଇବାକୁ ମିଳୁନି । ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ରହିଛି । ଏପରିକି ସାମାନ୍ୟ ଆଳୁ, ଅଟା କ୍ଷୀରର ମୂଲ୍ୟ ଏତେ ବଢିଯାଇଛି ଯେ, ଗରିବ ଲୋକମାନେ ଅଟା କିଣିବା କଥା ଚିନ୍ତା କରି ପାରୁନାହାଁନ୍ତି । ଆଉ ଶହବାଜ ସରିଫଙ୍କ ସରକାର ଗରିବଙ୍କୁ ସାହାଯ୍ୟ କରିବା ଭଳି କୌଣସି ପଦକ୍ଷେପ ବି ନେଉ ନାହାଁନ୍ତି । ଯାହା ପାକିସ୍ତାନ ଲୋକଙ୍କ ଦୁର୍ଦ୍ଦଶା ବଢାଇ ଦେଇଛି ।

ପାକିସ୍ତାନରେ ଦରବୃଦ୍ଧି ବେଲଗାମ

  • କ୍ଷୀର ଲିଟର ପିଛା ୨୨୦ ଟଙ୍କା
  • ଚିକେନ କିଲୋ ପିଛା ୭୮୦ ଟଙ୍କା
  • ଅଟା କିଲୋ ପିଛା ୮୦ ଟଙ୍କା
  • ଆଳୁ କେଜି ୯୦ ଟଙ୍କା
  • ଟମାଟୋ କିଲୋ ପ୍ରତି ୧୪୫ ଟଙ୍କା
  • ୟୁନିଟ ପିଛା ବିଦ୍ୟୁତ ଦର ୮ଟଙ୍କା ବଢିଲା
  • ପାକିସ୍ତାନରେ ବ୍ୟବସାୟୀଙ୍କୁ ମିଳୁଥିବା ସବସିଡି ଆଉ ମିଳିବ ନାହିଁ
  • ୨୦୨୨ରେ ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ଦର ୩୦% ବୃଦ୍ଧି ପାଇଥିଲା
  • ୨୦୨୨, ଡିସେମ୍ବରରେ ଏହା ୩୭.୯% ରେକର୍ଡ ସ୍ତରରେ ପହଁଚିଯାଇଥିଲା

ତେବେ ପାକିସ୍ତାନର ଅର୍ଥବ୍ୟବସ୍ଥା ଯେଉଁ ସ୍ଥିତି ଦେଇ ଗତି କରୁଛି ତାହା ଇତିହାସରେ ପ୍ରଥମ ଥର ପାଇଁ ଘଟିଛି । ଏବେ ସରିଫ ସରକାର ପାଇଁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମଏଫ୍ ଏକମାତ୍ର ବିକଳ୍ପ । କିନ୍ତୁ ବେଲଆଉଟ ପ୍ୟାକେଜ ତଥା ଅତିରିକ୍ତ ଆର୍ଥିକ ସହାୟତା ଦେବା ପାଇଁ ଆଇଏମଏଫ୍ ବେଶ କଠିନ ସର୍ତ୍ତ ରଖିଥିବା କୁହାଯାଉଛି । ତେବେ ଆଇଏମଏଫ, ବେଲ୍ଆଉଟ୍ ପ୍ୟାକେଜ୍ ସହାୟତା ପାଇଁ ସର୍ତ୍ତ ରଖିଛି ।

ଆଇଏମଏଫ ସହାୟତାକୁ ପାକର ଅପେକ୍ଷା

  • ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସହାୟତାକୁ ପାକିସ୍ତାନର ଅପେକ୍ଷା
  • ପାକିସ୍ତାନକୁ ଦେବାଳିଆ ସ୍ଥିତିରୁ ବାହାର କରିପାରିବ ଆଇଏମଏଫ
  • ଆର୍ଥିକ ସହାୟତା ପାଇଁ ସର୍ତ ରଖିଛି ପାକିସ୍ତାନ
  • ବେଲଆଉଟ ପ୍ୟାକେଜ ପାଇଁ ସର୍ତ ରଖିଛି ଆଇଏମଏଫ
  • ଆଏମଏଫ ପାକିସ୍ତାନକୁ ୬.୫ବିଲିୟନ ଡଲାରର ସହାୟତା ଦେଇପାରେ
  • ସେପଟେ ଡଲାର ମୁକାବିଲାରେ ପାକିସ୍ତାନ ମୁଦ୍ରା ୨୫ପ୍ରତିଶତ ଖସିଛି
  • ପାକିସ୍ତାନ ସରକାରଙ୍କ ମୁଣ୍ଡ ଉପରେ ୬୦ ଟ୍ରିଲିୟନ ଋଣ ରହିଛି
  • ଏହା ଦେଶର ଜିଡିପିର ୮୯ ପ୍ରତିଶତ ଅଟେ
  • ଚୀନଠୁ ୩୫ ପ୍ରତିଶତ ଋଣ ଆଣିଛି ପାକିସ୍ତାନ
  • ବାକି ଋଣ ବ୍ୟାଙ୍କ ଓ ଅନ୍ୟ ଦେଶମାନଙ୍କଠୁ ଆଣିଛି ପାକିସ୍ତାନ