ଦେଶରେ ୨୪ ଘଂଟାରେ ୫୫ ହଜାର ୭୯ ନୂଆ ଆକ୍ରାନ୍ତ, ୮୭୬ ମୃତ୍ୟୁ । ୨୭ ଳକ୍ଷ ୨ ହଜାର ୭୪୩କୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି । ୫୧ ହଜାର ୭୯୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

84

କନକ ବ୍ୟୁରୋ: ଦେଶରେ ୨୪ ଘଂଟାରେ ଆଉ ୫୫ ହଜାର ୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଦେଶର ମୋଟ୍ ଆକ୍ରାନ୍ତ୍ ସଂଖ୍ୟା ୨୭ ଲକ୍ଷ ୨ ହଜାର ୭୪୨କୁ ବୃଦ୍ଧି ପାଇଛି । ସେହିପରି ଦିନକରେ ଦେଶରେ ଆଉ ୮୭୬ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏଥିସହ ଦେଶର ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୧ ହଜାର ୭୯୭କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଲକ୍ଷ ୭୭ ହଜାର ୭୭୯ ଜଣ ସୁସ୍ଥ ହୋଇ ଫେରିଥିବାବେଳେ ୬ଲକ୍ଷ ୭୩ ହଜାର ୧୬୬ ଜଣ ସକ୍ରିୟ ଅଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି ।

ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୨୯ ଜଣ, ଆନ୍ଧ୍ରପ୍ରଦେଶରେ ୨୭୩୨ ଜଣ, ଅରୁଣାଚଳ ପ୍ରଦେଶରେ ୫ ଜଣ, ଆସାମରେ ୧୯୭ ଜଣ, ବିହାରରେ ୪୬୮ ଜଣ, ଚଣ୍ଡିଗଡ଼ରେ ୩୦ ଜଣ, ଛତିଶଗଡ଼ରେ ୧୫୦ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୪୨୧୪ ଜଣ, ଗୋଆରେ ୧୧୧ ଜଣ, ଗୁଜରାଟରେ ୨୮୦୦ ଜଣ, ହରିୟାଣାରେ ୫୫୦ ଜଣ, ହିମାଚଳ ପ୍ରଦେଶରେ ୧୯ ଜଣ, ଜମ୍ମୁ ଓ କଶ୍ମୀରରେ ୫୪୮ ଜଣ, ଝାଡ଼ଖଣ୍ଡରେ ୨୫୦ ଜଣ, କର୍ଣ୍ଣାଟକରେ ୪୦୬୨ ଜଣ, କେରଳରେ ୧୬୯ ଜଣ, ଲଦାଖରେ ୧୪ ଜଣ, ମଧ୍ୟପ୍ରଦେଶରେ ୧୧୨୮ ଜଣ, ମହାରାଷ୍ଟ୍ରରେ ୨୦୨୬୫ ଜଣ, ମଣିପୁରରେ ୧୭ ଜଣ, ମେଘାଳୟରେ ୬ ଜଣ, ନାଗାଲାଣ୍ଡ୍‌ରେ ୮ ଜଣ, ଓଡ଼ିଶାରେ ୩୫୩ ଜଣ, ପୁଦ୍ଦୁଚେରୀରେ ୧୧୪ ଜଣ, ପଞ୍ଜାବରେ ୮୬୩ ଜଣ, ରାଜସ୍ଥାନରେ ୮୮୭ ଜଣ, ସିକିମରେ ୧ ଜଣ, ତାମିଲନାଡୁରେ ୫୮୮୬ ଜଣ, ତେଲେଙ୍ଗାନାରେ ୭୧୧ ଜଣ, ତ୍ରିପୁରାରେ ୬୨ ଜଣ, ଉତ୍ତରାଖଣ୍ଡରେ ୧୫୮ ଜଣ, ଉତ୍ତରପ୍ରଦେଶରେ ୨୫୧୫ ଜଣ ଏବଂ ପଶ୍ଚମବଙ୍ଗରେ ୨୪୭୩ ଜଣ ।