ଆସୁଛି ଆଉ ଏକ ପଶ୍ଚିମାଝଡ: ୨୭ରୁ ଉପକୂଳର ୧୧ ଜିଲ୍ଲା ସମେତ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ବଢ଼ିପାରେ ବର୍ଷାର ପରିମାଣ

312

କନକ ବ୍ୟୁରୋ: ଗୋଟିଏ ପଶ୍ଚିମାଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ବହୁ କ୍ଷତି ଘଟାଇବା ପରେ, ପାଣିପାଗ ବିଭାଗର ଆକଳନ ଚିନ୍ତା ବଢ଼ାଇ ଦେଇଛି । ଆକଳନ ଅନୁସାରେ ଆସୁଛି ଆଉ ଏକ ପଶ୍ଚିମାଝଡ । ଆସନ୍ତା ୨୬ରୁ ରାଜ୍ୟରେ ପଶ୍ଚିମା ଝଡ-ପ୍ରଭାବରେ ବିଜୁଳି ଘଡଘଡି ସହ ବର୍ଷା ଏବଂ ଝଡ-ପବନ ହେବାର ସମ୍ଭାବନା ରହିଛି । ଏପରକି ଘଂଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି ।

ପଶ୍ଚିମାଝଡ ପ୍ରଭାବରେ ୨୭ରୁ ରାଜ୍ୟର ବର୍ଷାର ବିସ୍ତୃତି ବଢ଼ିବ । ପଶ୍ଚିମାଝଡ଼ ପ୍ରଭାବରେ ୧୧ ଉପକୂଳ ଜିଲ୍ଲା ସମେତ ପ୍ରଭାବିତ ହେବ ପାଶ୍ୱର୍ବର୍ତ୍ତୀ ଜିଲ୍ଲା । ସେହିପରି ୨୮ତାରିଖରେ ଉପକୂଳ ଓଡି଼ଶା ସମେତ ଆଭ୍ୟନ୍ତରୀଣ ଓଡି଼ଶା ଓ ଉତ୍ତର ଓଡି଼ଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ହେବାର ସମ୍ଭାବନା ଥିବା ଅଂଚଳ ପାଇଁ ଏଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ତେବେ ୨୪ ତାରିଖ, ୨୫ତାରିଖ ଦୁଇ ଦିନ ଅପେକ୍ଷାକୃତ ଭାବେ କମ୍ ବର୍ଷା ହେବ । ପଶ୍ଚିମାଝଡ ଏବେ ଅନ୍ୟ ରାଜ୍ୟ ଦେଇ ଗତି କରୁଥିବାରୁ ଦୁଇ ଦିନ ପରେ ଏହାର ପ୍ରଭାବ ଓଡିଶାରେ ଅନୁଭୂତ ହେବ ।